ନବରଙ୍ଗପୁର : ପୁଣି ହାଜତ ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଡାବୁଗାଁ ଥାନାରେ ହାଜତରେ ମୃତ୍ୟୁ ଅଭିଯୋଗ ହୋଇଛି । ଥାନା ଭିତରେ ଅଭିଯୁକ୍ତ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ହାଜତରେ ଥିଲେ ଯୁବକ।
ଗତ ସୋମବାର ଅଞ୍ଚଳା ଗାଁ ଯୁବକଙ୍କୁ ଅଟକ ରଖିଥିଲା ଡାବୁଗାଁ ଥାନା ପୋଲିସ । ଆଜି କୋର୍ଟ ଚାଲାଣ ହୋଇଥାନ୍ତା ଅଭିଯୁକ୍ତ, କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଜଣକ ଜୀବନ ହାରିଛନ୍ତି ।
ଥାନା ଭିତରେ ଅଭିଯୁକ୍ତର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ ଆଜି ସକାଳୁ ଥାନା ଭିତରେ ଥିବା ପାଇଖାନା ଭିତରେ ପୂର୍ଣ୍ଣଙ୍କର ଝୁଲନ୍ତା ଶବ ଉଦ୍ଧାର ହେଇଛି । ଆ ଜି ଉତ୍ତରାଞ୍ଚଳ ଆରଡିସି ତଦନ୍ତ କରିବେ। ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

More Stories
ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ, କାହା ଚାପରେ…
ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା
ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: