April 29, 2026

Now Odisha

Now Odisha

ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ଗ୍ରାମବାସୀଙ୍କ ବିରୋଧ |

Spread the love

ମହାକାଳପଡ଼ା, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧୀନ ପେଟଛେଲା ଓ ରାମଚଣ୍ଡୀ ଉଭୟ ରାଜସ୍ୱ ସର୍କଲ ରେ ଦିନକୁ ଦିନ ବେଆଇନ ଚିଙ୍ଗୁଡ଼ି ଚାଷ ବୃଦ୍ଧି ପାଉଥିବାରୁ ପାର୍ଶ୍ଵସ୍ଥ ଚାଷ ଜମି ଗୁଡିକ ର ଫସଲ ବହୁ କ୍ଷତିଗ୍ରସ୍ତ ହେଉଛି l ଇକୋସେନସିଟିଭି ଜୋନ ରେ ଅନେକ ଚିଙ୍ଗୁଡ଼ି ଘେରି ରେ ଚିଙ୍ଗୁଡ଼ି ଚାଷ ନେଇ ମାଫିଆ ସକ୍ରିୟ ରହୁଥିବା ବେଳେ ପ୍ରଶାସନିକ ରୋକ କୁ ବେଖାତିର କରୁଛନ୍ତି l ସ୍ଥାୟୀ ପଟ୍ଟା ଜମି ବ୍ୟତୀତ ଝାଟି ଜଙ୍ଗଲ କିସମ ସରକାରୀ ଜମିରେ ଅର୍ଥଲିପଷୁ ମାଫିଆ ଙ୍କ ଲୋଲୁପ ଦୃଷ୍ଟି ବନ ବିଭାଗ ଓ ରାଜସ୍ବ ଅଧିକାରୀ ମାନଙ୍କ ମୁହଁକୁ ଚୁପ କରୁଥିବାର ବୁଦ୍ଧିଜୀବୀ ମାନେ କହନ୍ତି l ଲୋକଦେଖାଣିଆ ଭାବେ ପ୍ରଶାସନିକ ଅଧିକାରୀ କେତେବେଳେ କେମିତି ଗୋଟେ ଦୁଇଟି ଚିଙ୍ଗୁଡ଼ି ଘେରି ଭାଙ୍ଗି ଆସିବା ପରେ ପରେ ଘେରି ମାଲିକ ପୁନଃ ଘେରି ପ୍ରସ୍ତୁତି ସାରି ଦେଇଥାନ୍ତି l ଦିନକୁ ଦିନ ଏହା ନୀତି ଦିନିଆ କଥାରେ ପରିଣତ ହେଉଥୁବାରୁ ମାଫିଆ ପ୍ରଶାସନିକ ଅଙ୍କୁଶ କୁ ଫୁ କରି ଉଡାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ରେ ଲାଗିପଡିଛନ୍ତି l ଯେପରି ପେଟଛେଲା ରାଜସ୍ବ ଅନ୍ତର୍ଗତ କୋଚିଳା ମୌଜା ର ନାଳିଆପାଟ ଚକ ର କିଛି ଚାଷ ଜମିକୁ ଚୁକ୍ତି ସୂତ୍ରେ ଆଣି ଗ୍ରାମସ୍ଥ ଜନୈକ ବ୍ୟକ୍ତି ଚିଙ୍ଗୁଡ଼ି ଘେରି ଖୋଳିବାକୁ ଗ୍ରାମବାସୀ ବିରୋଧ କରୁଛନ୍ତି l ଚିଙ୍ଗୁଡ଼ି ଘେରି ଫଳରେ ପାର୍ଶ୍ଵସ୍ଥ ଚାଷ ଜମି କ୍ଷତିଗ୍ରସ୍ତ ହେବ ଏବଂ ଆଖପାଖ ଜଳବାୟୁ ଦୂଷିତ ଫଳରେ ଦୁସ୍ତ ପରିବେଶ ସୃଷ୍ଟି କରିବ lଏନେଇ କ୍ଷତିଗ୍ରସ୍ତ ଆଶଙ୍କା ରେ ଥିବା ଚାଷୀ ମହାକାଳପଡ଼ା ଥାନା ଓ ତହସିଲ ରେ ଅଭିଯୋଗ କରିଥିଲେ l ଗ୍ରାମବାସୀଙ୍କ ଅଭିଯୋଗ ଆଧାର ରେ ତହସିଲ କର୍ତ୍ତୃପକ୍ଷ ସୋମବାର ବେଆଇନ କାର୍ଯ୍ୟ ବନ୍ଦ ରଖି ସାତ ଦିନ ମଧ୍ୟରେ କାର୍ଯ୍ୟାଳୟ ରେ ଉପସ୍ଥିତ ହୋଇ ପକ୍ଷ ରଖିବାକୁ ଘେରି ଖୋଲୁଥିବା ବ୍ୟକ୍ତିଙ୍କୁ ୪୨୯୭ ନଂ ନୋଟିସ ଜାରି କରିଥିଲେ l ନୋଟିସ ପରେ ରାତି ଅଧିଆ ଘେରି କାର୍ଯ୍ୟ ଜାରି ରଖିବାରୁ ମଙ୍ଗଳବାର ମହାକାଳପଡ଼ା ତହସିଲ ଓ ପୋଲିସ ମିଳିତ ଟିମ ସଦଳବଳେ ଘେରି ଖୋଳା ଯାଉଥିବା ଚାଷ ଜମି ନିକଟରେ ପହଂଚି କାର୍ଯ୍ୟ ବନ୍ଦ କରାଇଥିଲେ l ତତ ସହିତ ଘେରି ପ୍ରସ୍ତୁତି କାରୀ ଓ ଜେସିବି ମାଲିକ ଙ୍କୁ ପୋଲିସ ହେପାଜତ କୁ ଆଣି ଥାନାରେ ପଚରା ଉଚରା କରିବା ସହିତ ବେଆଇ କାର୍ଯ୍ୟରୁ ନିବୃତ ରହିବାକୁ ଅଣ୍ଡରଟେକିଙ୍ଗ ଲେଖାଇ ଛାଡିଦେଇଥିଲେ l ମହାକାଳପଡ଼ା ପୋଲିସ ବହୁ ଗୋଡ଼ାଗୋଡି ଧରି ଆଣିଥିବା ଜେସିବି ମାଲିକଙ୍କୁ ଛାଡି ଦେବା ପରେ ଅଭିଯୋଗ କାରି ମାନଙ୍କ ର ପ୍ରଶାସନ ଠାରୁ ନ୍ୟାୟ ପାଇବା ଆଶା କୁହୁଳି ଯାଇଛି l ଏପରିକି ଥାନାରୁ ଫେରିବା ପରେ ଜେସିବି ମାଲିକ କାର୍ଯ୍ୟସ୍ଥଳୀ ରୁ ଜେସିବି ହଟାଇନେଇଛି l ପ୍ରଶାସନ ଚଢ଼ାଉ ପରଠୁ ଘେରି ଖୋଳା କାର୍ଯ୍ୟ ବନ୍ଦ ରହିଛି l ସେପଟେ ଘେରି ଖୋଳାଳୀ ପକ୍ଷ କରିଥିବା ଆବେଦନ ଅନୁମୋଦିତ ହେଲେ ପୋଖରୀ ଖୋଳିବେ ବୋଲି ମସୁଧା ରଖିଥିବାର ଶୁଣିବାକୁ ମିଳୁଛି l ଖୋଳା ଯାଉଥିବା ପୋଖରୀ ରେ ଚିଙ୍ଗୁଡ଼ି ନୁହେଁ ମିଠା ମାଛ ଚାଷ କରିବେ ବୋଲି କହନ୍ତି l ତେବେ ଦେଖିବାକୁ ବାକି ରହିଲା ଖୋଳା ଯାଇଥିବା ଘେରି ରେ ମିଠା ପାଣି ହେଉ ବା ଲୁଣା ପାଣି ମାଛ ଚାଷ ହେଉଛି କି ପୂର୍ବ ଭଳି ଶାରଦ ଧାନ ଚାଷ ହେବ l

error: Content is protected !!