ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପିତିରି ଛକରୁ କୁଆଳୋ ପରମହଂସପୁର ଛକ ମଧ୍ୟରେ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ବୁଧବାର ବିଳମ୍ବିତ ରାତିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସୂଚନାରୁ ଜଣାଯାଏ ପରଜଙ୍ଗ ବ୍ଲକ ପିତିରି ଛକରୁ ଖମାର ପାଲଲହଡ଼ା ଦିଗକୁ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତି ପ୍ରାୟ ୧୨ ଟାରେ ପିତିରି ପଞ୍ଚାୟତ ଅଧିନସ୍ଥ ପଡ଼ିଆଭଙ୍ଗା ଗ୍ରାମର ଗଣେଶ୍ୱର ସେନାପତିଙ୍କ ୪୨ ବର୍ଷୀୟ ପୁଅ ଜଳଧର ସେନାପତି ଅଜଣା ଗାଡ଼ି ଧକ୍କାରେ ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଜଳଧର କୌଣସି କାର୍ଯ୍ୟରେ ଯାଇଥିବା ବେଳେ ରାତିରେ ନିଜ ଘରକୁ ଫେରୁଥିଲେ । ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ ଜଳଧର । ତାଙ୍କ ଅକସ୍ମାତ୍ ମୃତ୍ୟୁ ଖବର ଶୁଣିବା ମାତ୍ରେ ପରିବାର ସାହି ପଡୋଶୀ ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ସମସ୍ତଙ୍କୁ ଚକିତ କରିଦେଇଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ମେଡିକାଲକୁ ପଠାଇ ଦେଇ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ କାନ୍ଦ ବୋବାଳିରେ ମେଡିକାଲ ଓ ଘର ଫାଟି ପଡୁଛି ( ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

More Stories
ବାଇକ ଉପରେ ମାଡିଗଲା ବାଲି ବୋଝେଇ ହାଇବା,
କାଳ ବୈଶାଖୀ ପ୍ରଭାବରେ ଭାଙ୍ଗିଲା ସରକାରୀ ବାସ ଭବନ ।
କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ