ଗତ ୩୧/୧୦/୨୦୨୩ ରେ ଯାଜପୁର ଜିଲ୍ଲା ବରୀ ବ୍ଲକର ବାସିନ୍ଦା ଲୋପାମୁଦ୍ରା ସାହୁ ଏବଂ ତାଙ୍କ ସମ୍ପର୍କୀୟ କାହ୍ନୁଚରଣ ନାୟକ ଭୁବନେଶ୍ୱର ୟୁନିଟ ୮ ପାୱାର ହାଉସ ଛକରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ରେଞ୍ଜ ରୋଭର ଗାଡି ଦୁର୍ଘଟଣା ଘାଟେଇବା ଯୋଗୁଁ ଲୋପାମୁଦ୍ରା ସାହୁ ୩ ଦିନ ମୃତ୍ୟୁ ସହିତ ସଂଗ୍ରାମ କରି ମୃତ୍ୟୁ ବରଣ କରିବା ସମ୍ପର୍କୀୟ କାହ୍ନୁଚରଣ ନାୟକ ଏବେବି ମୃତ୍ୟୁ ସହିତ ସଂଗ୍ରାମ କରିବା ଘଟଣାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ କେଶ ଦାଏର କରିଥିଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଆଜି ମାନ୍ୟବର ଜାତୀୟ ମାନବ ଅଧିକାର କମିଶନ ଏହି ସମ୍ବେଦନଶୀଳ ମାମଲାର ବିଚାରକରି କଟକ – ଭୁବନେଶ୍ୱର କମିଶନରଙ୍କୁ ଏହି ଟୋଟାଲ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି |


error: Content is protected !!