କୋଲକାତା,୩୦ା୪: ପଶ୍ଚିମବଙ୍ଗରେ ଏଥର ଭାଜପା ଏବଂ ଟିଏମ୍ସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କେତେକ ପୋଲ୍ ଏଜେନ୍ସି ଆକଳନ କରିଥିଲାବେଳେ ଭାଜପା ସର୍ବାଧିକ ଆସନ ପାଇ ସରକାର ଗଢ଼ିବ ବୋଲି ଅଧିକାଂଶ ଏଜେନ୍ସି ମତ ଦେଇଛନ୍ତି। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ଉକ୍ତ ଏକ୍ଜିଟ୍ ପୋଲ୍ ମତାମତକୁ ଭର୍ତ୍ସନା କରିବା ସହ ଏହା କେବଳ ଦଳୀୟ ମନୋବଳକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ନିହିତ ବୋଲି କହିଛନ୍ତି।
ଟିଏମ୍ସି ଏଥର ୨୨୬ ଆସନ ପାଇ ପୁଣି ସରକାର କରିବ ବୋଲି ମମତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭୋଟ ଗଣତି ସମୟରେ ସେ ନିଜେ ବୁଥ୍ରେ ଉପସ୍ଥିତ ରହିବେ ଏବଂ ଦଳୀୟ କର୍ମୀମାନେ ମଧ୍ୟ ସେମାନଙ୍କ ବୁଥ୍ରେ ଉପସ୍ଥିତ ରହିବାକୁ ସେ କହିଛନ୍ତି।
ବୁଧବାର ଦକ୍ଷିଣ ୨୪ ପ୍ରଗଣାର ୪ଟି ଆସନ ପାଇଁ ହୋଇଥିବା ମତଦାନ ବେଳେ କିଛି ବିଶୃଙ୍ଖଳା ପାଇଁ ୭୭ ବୁଥ୍ରେ ସାନି ମତଦାନ ପାଇଁ ଟିଏମ୍ସି ପକ୍ଷରୁ ନିର୍ବାଚନ କମିଶନ(ଇସି)ଙ୍କୁ ଲେଖାଯାଇଛି। ଏହାକୁ ଇସି ତର୍ଜମା କରୁଛନ୍ତି ବୋଲି କୁହାଯାଇଛି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ