: ଗୃହରେ ନବୀନଙ୍କୁ ପ୍ରଭାତୀଙ୍କ ଟାର୍ଗେଟ। ଦାନ ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହେଲା। ସେତେବେଳେ ନବୀନ ବାବୁ କଣ କରୁଥିଲେ।ଆଜି କହୁଛନ୍ତି କୁମ୍ଭୀର କାନ୍ଦଣା।ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି। କଂଗ୍ରେସ 40 ବର୍ଷ ଧରି ଶାସନରେ ଥିଲେ।
ହେଲେ ମହିଳାଙ୍କ ପାଇଁ କିଛି କଲେ ନାହିଁ। ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି। କଂଗ୍ରେସ କେବଳ ଗାନ୍ଧୀ ପରିବାରର ମହିଳା ଆଗକୁ ଯାଉ ସେହି ଚିନ୍ତା କରୁଛନ୍ତି। ଆପଣ ଜଣାଇଛନ୍ତି 23ରେ ଯେଉଁ ବିଲ ଆସିଲା 24ରେ ଲାଗୁ ହୋଇ ପାରିବ ନାହିଁ।
ତେଣୁ ସମର୍ଥନ କଲେ ଏବେ ବିରୋଧ କରୁଛନ୍ତି। ସେହି ସମାନ ରାସ୍ତାରେ ବିଜେଡି ଯାଉଛି। ମହିଳାଙ୍କ ଭୋଟ ହାତେଇବା ପାଇଁ 2018ରେ ଏହାକୁ ବିଧାନସଭାରେ ଆଣିଥିଲେ। ଏବେ ଲୋକସଭାରେ ବିଜେଡିର ଗୋଟିଏ ବି ସାଂସଦ ନାହଁନ୍ତି। ତେଣୁ ଛଳନା ପାଇଁ ବିଜେପିର 20 ସାଂସଦଙ୍କୁ ଚିଠି ଲେଖିଥିଲେ ନବୀନ ବାବୁ । ଯେଉଁମାନେ ବର୍ଷ ବର୍ଷ ଧରି କିଛି କରି ପାରିଲେ ନାହିଁ। ସେମାନେ ଆଜି ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁଛନ୍ତି। ସେମାନେ କେବେ ମହିଳାଙ୍କୁ ଟିକେଟ ଦେଇଥିଲେ।ବିଜେଡି ପଂଚାୟତରେ ଦେଲେ ହେଲେ ପାର୍ଲିଆମେଣ୍ଟରେ କାହିଁକି ନାହିଁ। କାଳେ ମହିଳା ନେତା ହୋଇଯିବେ ଭୟରେ ଦେଲେ ନାହିଁ। ଏବେ ବିକାଶ ନୀତିନିୟନ୍ତା ହେବେ ମହିଳା। ମୋଦି ଅଛନ୍ତି ତ ସବୁ ସମ୍ଭବ।ଇତିହାସ ଏମାନଙ୍କୁ କ୍ଷମା ଦେବ ନାହିଁ।ଯେଉଁମାନେ ମହିଳାଙ୍କୁ ଅବହେଳା କରିଛନ୍ତି।ସେମାନଙ୍କୁ ସମୟ ହିଁ ଅବହେଳା କରିଦେବ। ନବୀନ ବାବୁ ଆଉ ମହିଳାଙ୍କୁ ଆପଣ ବୋକା ବନାଇ ପାରିବେ ନାହିଁ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ