ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟର ହରଭଜନ ସିଂହ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ସୁରକ୍ଷା ପ୍ରତ୍ୟାହାରକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।
ହରଭଜନ ସିଂହଙ୍କ ଆବେଦନରେ ପଞ୍ଜାବ ପୋଲିସକୁ ସୁରକ୍ଷା ପ୍ରତ୍ୟାହାରର କାରଣ ନେଇ ପ୍ରଶ୍ନ କରାଯାଇଛି। ହରଭଜନ ତାଙ୍କ ସୁରକ୍ଷା ଫେରାଇବାକୁ ହାଇକୋର୍ଟକୁ ଅନୁରୋଧ କରିଛନ୍ତି।
ତେବେ ହରଭଜନ ସିଂହଙ୍କ ସୁରକ୍ଷା ଗତ ଶନିବାର ପ୍ରତ୍ୟାହାର କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ହରଭଜନ ସିଂହ ଏବଂ ରାଘବ ଚଢାଙ୍କ ସମେତ ଆମ ଆଦମୀ ପାର୍ଟିର ସାତ ଜଣ ସାଂସଦ ନିକଟରେ ବିଜେପିରେ ଯୋଗ ଦେଇଥିଲେ।
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କ ସୁରକ୍ଷା ପ୍ରତ୍ୟାହାର ସମ୍ପର୍କରେ ପଞ୍ଜାବ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସାଂସଦ ତାଙ୍କ ଘର ବାହାରେ ହୋଇଥିବା ଉତ୍ତେଜନା ଏବଂ ତାଙ୍କୁ ଦେଶଦ୍ରୋହୀ କହିବା ଏବଂ ତାଙ୍କ ପରିବାର ପାଇଁ ସୁରକ୍ଷା ବିପଦକୁ ଉଲ୍ଲେଖ କରି ଏହି ପ୍ରତ୍ୟାହାରକୁ ଚ୍ୟାଲେଞ୍ଜ କରିଛନ୍ତି। ଯାହାପରେ କୋର୍ଟ ପଞ୍ଜାବ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ତେବେ ଏହି ମାମଲାର ଶୁଣାଣି ମେ ୧୨ ତାରିଖରେ ହେବ।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର