ଆମ ଓଡ଼ିଶା ନବୀନ ଓଡ଼ିଶା


ହିଞ୍ଜିଳିକାଟୁ ବ୍ଲକ୍ ଶାସନ ଆମ୍ବ ଗାଁ ଗ୍ରାମ ପଞ୍ଚାୟତ ର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶା ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବ ଗାଁ ଗ୍ରାମପଞ୍ଚାୟତ ର ତିନି ଗୋଟି ଗ୍ରାମ ଵାଦିଆମ୍ବ ଗାଁ,ଖୋଲ ସାହି, ଶାଶନ ଆମ୍ବ ଗାଁ କୁ ନେଇ ପଞ୍ଚାୟତ, ପଞ୍ଚାୟତ ବିଭିନ୍ନ ବିଭନ୍ନ ଉନ୍ନତି ବିକାଶ କାର୍ଯ୍ୟକ୍ରମ ହୋଇଛି। ପଞ୍ଚାୟତ ର ଜନସାଧାରଣ ବହୁତ ପ୍ରଶଂସା କରିଛନ୍ତି। ପଞ୍ଚାୟତ ସ୍ତରୀୟ ସର୍ବାଙ୍ଗ ଉନ୍ନତି ଓ ଲୋକସଂପର୍କ, ଅସୁବିଧା ଓ ସୁଵିଧି ରେ ସହଯୋଗ କରିଵା ତାଙ୍କର ମୂଳ ମନ୍ତ୍ର।ସରପଞ୍ଚ ଜନାର୍ଦ୍ଦନ ସେଠୀ ଙ୍କ ତତ୍ବାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଲକ୍ ର ବି ଡି ଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ରାଜ୍ୟ କୃଷି ବିପନ୍ନ ବୋର୍ଡ ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଏଳା , ସୁଦର୍ଶନ, 69 ୱାର୍ଡ ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିତୀ ସାହୁ,ବ୍ଳକ୍ ଉପାଧ୍ୟକ୍ଷ ସୁନିଲ୍ କୁମାର ଗନ୍ତାୟତ, ଆତ୍ମା ଅଧ୍ୟକ୍ଷୟ ଗନ୍ତାୟତ ଦଳେଇ,ବରିଷ୍ଟ ବିଜେଡ଼ି ନେତା ବାଇ ରାମଚନ୍ଦ୍ର ଏବଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ। ସରପଞ୍ଚ ଜନାର୍ଦ୍ଦନା ସେଠୀ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ କରିଥିଲେ l ସ୍ବାସ୍ଥ୍ୟ ବିଭାଗ,ମିଶନ ଶକ୍ତି ବିଭାଗ, ସୂଚନା କେନ୍ଦ୍ର, ମହିଳା ଓ ଶିଶୁ ବିକାଶ କେନ୍ଦ୍ର , ଭୋଟର ସଚେତନତା କେନ୍ଦ୍ର, କୃଷି ଓ ଉଦ୍ୟାନ ବିଭାଗ, ସମସ୍ତ ବିଭାଗ ର କର୍ମକର୍ତ୍ତା ଓ ଅତିଥି ଙ୍କ ଉପସ୍ଥିତ ରେ ଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । ଏହାପରେ ସମସ୍ତ ଅତିଥି ଙ୍କୁ ସରପଞ୍ଚ ଓ ସମିତି ସଭ୍ୟା ଉପଢ଼ୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗ୍ରାମର କୁନି କୁନି ପିଲାମାନଙ୍କୁ ନେଇ ରଙ୍ଗା ରଙ୍ଗ ଓ ନୃତ୍ୟ ପରିବେଷଣ ହୋଇଥିଲା। ପଞ୍ଚାୟତର ଦୁଇ ହଜାର ରୁ ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପଞ୍ଚାୟତ ର ଉନ୍ନତି ବିକାଶ ଉପରେ ଲୋକଙ୍କୁ ବୁଝାଇଥିଲେ l କାର୍ଯ୍ୟକମ।


error: Content is protected !!