ତେଣୁ ରାଜଧାନୀରେ ଆଇସିୟୁ ମିଳିବା କଷ୍ଟକର। ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଆଇସିୟୁ ପାଇଁ ରାତି ପିଛା ହାରାହାରି ୮ହଜାର ଟଙ୍କା ପଡ଼ୁଛି। ସାଧାରଣ ଲୋକଟି ପକ୍ଷରେ ଏତେ ଟଙ୍କା ଗଣିବା ଅସମ୍ଭବ। ତେଣୁ ପରିଣତି ଯା’ହେଉ ପଛେ ସରକାରୀ ଡାକ୍ତରଖାନାକୁ ଅପେକ୍ଷା କରିବାକୁ ସେମାନେ ବାଧ୍ୟ। ସେହିଭଳି ବଡ଼ବଡ଼ ଘରୋଇ ହସ୍ପିଟାଲ୍ର ଆଇସିୟୁ ମଧ୍ୟ ଫାଙ୍କା ରହୁନଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ୪ରୁ ୫ ବର୍ଷ ତଳେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ସଂଖ୍ୟା ବଢ଼ିଥିଲା। ଏହାପରଠୁ ଆଉ ବଢ଼ି ନାହିଁ। ନୂଆ ବିଲ୍ଡିଂ ନିର୍ମାଣ ହେବା ପରେ ହସ୍ପିଟାଲରେ ଆହୁରି ଅଧିକ ନୂଆ ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ।
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ