କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଇସିୟୁ ଫାଙ୍କା ନାହିଁ


ଗତକାଲି ବିଳମ୍ବିତ ରାତିରେ ବାଲିପାଟଣାର ମୁକୁନ୍ଦଦେବ ସାହୁଙ୍କର ବୃଦ୍ଧା ମା’ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ତାଙ୍କୁ ଆଇସିୟୁ ଦରକାର ହୋଇଥିଲା। କିନ୍ତୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଇସିୟୁ ଫାଙ୍କା ନଥିଲା। ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ‌ନଚେତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ନେଇ ଯିବାକୁ କୁହାଯାଇଥିଲା। ସକାଳେ ମଧ୍ୟ ଆଇସିୟୁ ମିଳିବ କି ନାହିଁ, କହିବା କଷ୍ଟକର ବୋଲି ତାଙ୍କୁ କୁହାଯାଇଥିଲା। ବହୁ ୱାର୍ଡରେ ଗୁରୁତର ରୋଗୀମାନେ ଆଇସିୟୁ ଅପେକ୍ଷାରେ ଅଛନ୍ତି ବୋଲି ମୁକୁନ୍ଦଦେବଙ୍କୁ କୁହାଯାଇଥିଲା।


error: Content is protected !!