ପୋଖରୀପୁଟ ସ୍ଥିତ ଲିଙ୍ଗରାଜ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୮ମ ତମ ବାର୍ଷିକ ଉତ୍ସବ


ଗତ କାଲି ପୋଖରୀପୁଟ ସ୍ଥିତ ଲିଙ୍ଗରାଜ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୮ମ ତମ ବାର୍ଷିକ ଉତ୍ସବ ସୁରସା- ୮ ବହୁ ସମାରୋହରେ ପାଳିତ ହୋଇ ଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ବିଜେପି ରାଜ୍ୟ ଉପ ସଭାପତି ଡ଼. ଲେଖାଶ୍ରୀ ସାମନ୍ତ ସିଂହାର ନିଜ କର କମଳରେ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ର ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ସମ୍ମାନୀୟୀତ ଅତିଥି ମଧ୍ୟରେ ପୁରୀ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଅଲେଖ ଚନ୍ଦ୍ର ଷଡଙ୍ଗୀ ଏବଂ ଅତିଥି କଳାକାର ସାର୍ଥକ ଚ୍ୟାନେଲ ର ପ୍ରିତିଷ୍ଠୀତ ଅଭିନେତ୍ରୀ ଝିଲି ଯୋଗ କରି ଉତ୍ସବ ରଙ୍ଗମଞ୍ଚ ର ଶୋଭାବର୍ଦ୍ଧନ କରିଥିଲେ। ସମସ୍ତ ଅତିଥି ବୃନ୍ଦ ଓ ବିଦ୍ୟାଳୟର ସମ୍ପାଦକ ରମେଶ ଚନ୍ଦ୍ର ମହାନ୍ତି ଏବଂ ପ୍ରଧାନ ଆଚାର୍ଯ୍ୟା ରୀତା ରାଣୀ ପଟେଲ ଶିଶୁ ଭାଇ ଭଉଣୀ ମାନଙ୍କ ପାଇଁ ବହୁମୂଲ୍ୟ ଭାଷଣ ଦେଇ ସମସ୍ତଙ୍କୁ ଉଦ୍ ବୋଧନ କରିଥିଲେ। ବିଦ୍ୟାଳୟ ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ, ଦେଶାମକ ବୋଧକ ନୃତ୍ୟ, ଯୋଗାସନ, ଡ୍ରମଡ୍ରିଲ, ସୂର୍ଯ୍ୟନମସ୍କାର ଇତ୍ୟାଦି କଳା ପ୍ରଦର୍ଶନ କରି ଉତ୍ସବ ମୁଖର କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଉତ୍ସବରେ ସମସ୍ତ ଅଭିଭାବକ ଗୁରୁଜୀ, ଗୁରୁମାଙ୍କୁ କଠୋର ପରିଶ୍ରମ ରେ ବାର୍ଷିକ ଉତ୍ସବ ଶୃଙ୍ଖଳିତ ବ୍ୟବସ୍ଥାରେ ଉଦ୍ଘାଟନ ଓ ଉଦଯାପନ ହୋଇଥିଲା।


error: Content is protected !!