May 14, 2026

Now Odisha

Now Odisha

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର |

Spread the love

ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ ଥାନା ଅନ୍ତର୍ଗତ ଲାଲାପଶି ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ପତ୍ନୀ ଭାରତୀ ନାଏକ (୪୭)।

ସୂଚନା ଅନୁଯାୟୀ, ପ୍ରାୟ ୨୪ ବର୍ଷ ପୂର୍ବେ ଭାରତୀ ଲାଲାପଶି ଗ୍ରାମର ଚନ୍ଦ୍ରମଣିଙ୍କୁ ବିବାହ କରିଥିଲେ।

ମାତ୍ର ବିଭିନ୍ନ ପାରିବାରିକ କାରଣରୁ ସ୍ୱାମୀ ଓ ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ମନୋମାଳିନ୍ୟ ଲାଗି ରହିଥିଲା। ଏହି କାରଣରୁ ଭାରତୀ ଘର ଛାଡ଼ି ଜଣେ ଯୁବକଙ୍କ ସହ ଗତ ଏପ୍ରିଲ ୨୯ ତାରିଖରୁ ବାରକୋଟର ଏହି ଲଜ୍‌ରେ ରହି ଆସୁଥିଲେ। ମଙ୍ଗଳବାର ସେ ରହୁଥିବା ଲଜ୍ କୋଠରୀରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ମୃତା ଭାରତୀଙ୍କ ଭାଇ ବାରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀଙ୍କ ସହ ଲଜରେ ରହୁଥିବା ଉକ୍ତ ଯୁବକ ଜଣକ ଘଟଣା ପରଠାରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଯୁବକଙ୍କ ସମ୍ପର୍କରେ ପୋଲିସ ଖୋଳତାଡ଼ ଜାରି ରଖିଛି।

error: Content is protected !!