ଦୁଇ ଟପ୍ପର : ୧୯୫୭ ଓ ୨୦୧୮ ସହଦେବ ଓ ସୁଦୀପ


ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (H.S.C.) ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିବା ଦୁଇ ପ୍ରତିଭାବାନ୍ ବ୍ୟକ୍ତିତ୍ୱ ଗୋଟିଏ ମଂଚରେ ଏକାଠି ହୋଇଥିଲେ ,ବଡଚଣା ବ୍ଲକର ଗଜେନ୍ଦ୍ରପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜ୍ଞାନାଲୋକ ସାମାଜିକ ସଂଗଠନର ସପ୍ତମ ବାର୍ଷିକ ସମାରୋହରେ ।ଓଡିଶାରେ HSC Examର ପ୍ରଥମ ଟପ୍ପର (୧୯୫୭) ଥିଲେ ସହଦେବ ସାହୁ, ଆଇ.ଏ.ଏସ୍ । Sahadeva Sahoo ଥିଲେ ଯାଜପୁର ଜିଲ୍ଲା ( ସେବେକାର ଅବିଭକ୍ତ କଟକ )ର କବିରପୁରସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲର ଛାତ୍ର ।ସେ ୫୭୮ ମାର୍କ ରଖିଥିଲେ ।ଆଉ ଚଳିତ ବର୍ଷ (2018 )ର ଟପ୍ପର ହେଉଛନ୍ତି ସୁଦୀପ ସୁଦର୍ଶନ ରଣା । ସେ ଢେଙ୍କାନାଳ ଜିଲ୍ଲାର ଭୁବନ ହାଇସ୍କୁଲର ଛାତ୍ର ହେଲେ ବି ତାଙ୍କ ଘର ଆମ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ମହାନ୍ତିପାଟଣା ଗାଁ ରେ ।ସୁଦୀପ ୫୮୨ ମାର୍କ ରଖିଥିଲେ । ଏହି ବାର୍ଷିକ ସମାରୋହରେ ସୁଦୀପଙ୍କୁ ସମ୍ମାନିତ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଆଇଏଏସ୍ । ବରେଣ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ବିଶିଷ୍ଟ ଆଧ୍ୟାତ୍ମିକ ସାଧକ ସ୍ୱାମୀ ଅସୀମାନନ୍ଦ ସରସ୍ବତୀ ମହାରାଜ । ଦୁଇ ଟପ୍ପରଙ୍କ ଅଭିନବ ଭିବ୍ୟକ୍ତ? ବେଶ୍ ପ୍ରେରଣାଦାୟକ । ସମ୍ମାନିତ ଅତିଥି ଭାବେ ବ୍ରହ୍ମଚାରୀ ସତ୍ୟଚୈତନ୍ୟ,ଡଃ ଭାଗ୍ୟଧର ସାହୁଙ୍କ ସହ ମୋର ଯୋଗଦାନ ଥିଲା ସ୍ମରଣୀୟ ।2018 ର ମାଟ୍ରିକ ଟପ୍ପର ସୁଦୀପ ଏବେ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ IIT ଖଡଗପୁରରେ M TECH କରୁଛନ୍ତି ।ଶୁଭେଚ୍ଛା ସୁଦୀପ୍। ଶୁଭେନ୍ଦୁ କୁମାର ଭୂୟାଁ ଓଳାଶୁଣୀ ପଲାଇ ବାଲିଚନ୍ଦ୍ରପୁ


error: Content is protected !!