ଭୁବନେଶ୍ଵର, ୧୪/୦୫: ସଦ୍ୟ ପ୍ରକାଶ ପାଇଥିବା ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳରେ ହାଇଟେକ୍ ପବ୍ଲିକ୍ ସ୍କୁଲ୍ର ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି I ଦୀର୍ଘ ୧୯ ବର୍ଷ ଧରି ଏହି ସ୍କୁଲ୍ ନୀରବଛିନ୍ନ ଭାବରେ ଶତପ୍ରତିଶତ ସଫଳତା ହାସଲ କରି ଆସୁଛି, ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ ସହ ସେମାନଙ୍କ ନିଷ୍ଠାପର ଉଦ୍ୟମ ହିଁ ଏହି ସଫଳତା ଆଣିଦେଇଛି ବୋଲି କହିଛନ୍ତି ସ୍କୁଲ୍ର ଅଧ୍ଯକ୍ଷା ରିତା ତ୍ରିପାଠୀ I ଗତକାଲି ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ସ୍କୁଲ୍ର ଦ୍ବାଦଶ ବିଜ୍ଞାନର ମୋଟ ୯୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି, ସେହିପରି ଦ୍ବାଦଶ ବାଣିଜ୍ୟରେ ମୋଟ ୧୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଜଣେ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସ୍କୁଲ୍ର ଏହି ସଫଳତାରେ ସମସ୍ତ କୃତି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଧ୍ଯକ୍ଷାଙ୍କୁ ଅଭିନନ୍ଦନ ଜଣାଇବା ସହ, ଆସନ୍ତା ଦିନରେ ମଧ୍ୟ ଏହି ଗୌରବ ବଜାୟ ରଖିବାକୁ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଆହ୍ୱାନ ଦେଇଛନ୍ତି I ମ୍ୟାନେଜି ଟ୍ରଷ୍ଟି ତଥା ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଅଧ୍ୟାପକ ଅଧ୍ୟାପିକା ମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମର ଫଳ ମିଳିଛି ବୋଲି କହିଛନ୍ତି।

More Stories
ଖାକିରେ ଦାଗ: ପୋଲିସ ଅଧିକାରୀଙ୍କ ଗଞ୍ଜେଇ ଡିଲ୍ |
ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅଭାବ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ |