୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ,ଶିଳ୍ପ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦକୁ ସଫଳ ପାଇଁ ନିବେଦନ ସହିତ ଶମ୍ଭୁ ସୀମା ରେ କୃଷକ ଆନ୍ଦୋଳନ ଉପରେ ସରକାରଙ୍କ ଦମନକୁ ନିନ୍ଦା


ଭୁବନେଶ୍ୱର,ତା୧୫.୦୨.୨୪:ଦିଲ୍ଲୀ-ହରିୟାଣାର ଶମ୍ଭୁ ସୀମାରେ ଉଭୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ କେନ୍ଦ୍ର ସରକାର ଏବଂ ହରିୟାଣା ରାଜ୍ୟର ବିଜେପି ସରକାର କୃଷକ ଆନ୍ଦୋଳନ କୁ ଯେଉଁଭଳି ଭାବେ ଦମନ କରିଛନ୍ତି, ତାହାକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି lକୃଷକ ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ଚାଲିଥିବା ଚକ୍ରାନ୍ତ ବିରୋଧରେ ପ୍ରତିବାଦ କରିବା ସହିତ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଶ୍ରମିକ-କୃଷକ ବିରୋଧୀ ନିତୀ ବିରୋଧ ରେ ଫେବୃଆରୀ ୧୬ ତାରିଖରେ ଦେଶଵ୍ୟାପୀ ହରତାଳ/ଶିଳ୍ପ ଧର୍ମଘଟ/ଗ୍ରାମୀଣ ଭାରତ ବନ୍ଦ ସଂଗଠିତ କରାଯିବ l ଦେଶର ସମସ୍ତ ଗଣତାନ୍ତ୍ରିକ ଶ୍ରମିକ,କୃଷକ ଏବଂ କର୍ମଚାରୀ ସଂଗଠନ ମାନଙ୍କ ତରଫରୁ ଏହି ଡାକରା ଦିଆଯାଇଛି l ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ବାତିଲ, ଅସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି ଦେବା, ସାରା ଦେଶ ରେ ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦/-ଟଙ୍କା ଧାର୍ଯ୍ୟ କରିବା,ସରକାରୀ ସମ୍ପତ୍ତି, ପ୍ରାକୃତିକ ସମ୍ପଦ ଏବଂ ରାଷ୍ଟ୍ରାୟତ ଶିଳ୍ପର ଘରୋଇକରଣ ବନ୍ଦ କରିବା, ସମସ୍ତ ଖାଲି ପଦବୀ ପୂରଣ କରିବା, ପୁରୁଣା ପେନସନ ଯୋଜନା ଲାଗୁ କରିବା,ମୋଟର ଚାଳକ ମାନଙ୍କ ବିରୋଧ ରେ ଆସିଥିବା କଳା କାନୁନ ଗୁଡିକୁ ପ୍ରତ୍ୟାହାର କରିବା,ଏମ୍. ଏସ୍. ସ୍ୱାମୀନାଥନ୍ ଜାତୀୟ କୃଷକ କମିଶନ ର ସୁପାରିଶ ଅନୁଯାୟୀ ସି ୨+୫୦% ସୂତ୍ର ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ଏମ୍. ଏସ୍. ପି. ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା,କୃଷକ ମାନଙ୍କର ସମସ୍ତ ଋଣ ଗୋଟିଏ ଥର ଛାଡ଼ କରି ଋଣରୁ ମୁକ୍ତି ଦେବା,କୃଷକ ଏବଂ କୃଷି ଶ୍ରମିକ ମାନଙ୍କ ପାଇଁ ପେନସନ,ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ କ୍ଷତି ପାଇଁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ,ଜମି ଉପରେ ଚାଷୀର ଅଧିକାର,ଆଦିବାସୀଙ୍କର ଜମି ସୁରକ୍ଷା ସହିତ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କୁ କାର୍ଯ୍ୟକାରୀ କରିବା,ଇନପୁଟ ସବସିଡି, ମନରେଗା ଯୋଜନାରେ ବାର୍ଷିକ ୨୦୦ଦିନର କାମ ଏବଂ ୬୦୦ଟଙ୍କା ମଜୁରୀ ପ୍ରଦାନ, କାମ କରିବାର ଅଧିକାର କୁ ସମ୍ବିଧାନଭୁକ୍ତ କରିବା, ସମସ୍ତଙ୍କ ପାଇଁ ସାର୍ବଜନୀନ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ କୁ ସୁନିଶ୍ଚିତ କରିବା ଇତ୍ୟାଦି ଦାବି ଗୁଡିକ ଅନ୍ତର୍ଭୁକ୍ତ l ରାଜ୍ୟବାସୀ, ରାଜ୍ୟର ମହିଳା, ଛାତ୍ର, ଯୁବ, ଆଦିବାସୀ, ଦଳିତ ଇତ୍ୟାଦି ଗଣତାନ୍ତ୍ରିକ ସଂଗଠନ, ପ୍ରଖ୍ୟାତ ବୁଦ୍ଧିଜୀବୀ ଗଣ ଏବଂ ବିଜେପି ର ନିତୀ କୁ ବିରୋଧ କରୁଥିବା ସମସ୍ତ ରାଜନୈତିକ ଦଳ ମାନେ ଫେବୃଆରୀ ୧୬ ଆନ୍ଦୋଳନ କୁ ସଫଳ କରିବା ପାଇଁ ସମର୍ଥନ ଘୋଷଣା କରିଛନ୍ତି lଓଡିଶା ରେ ଏହି ଆନ୍ଦୋଳନ ରେ ହଜାର ହଜାର ସଂଖ୍ୟାରେ ଶ୍ରମିକ, କୃଷକ ଏବଂ ସାଧାରଣ ଜନତା ଅଂଶ ଗ୍ରହଣ କରି ସଫଳ କରିବା ପାଇଁ ସର୍ବଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ,ଅଶୋକ କୁମାର ପ୍ରଧାନ,ସୁରେଶ ପାଣିଗ୍ରାହୀ,ବିଜୟ ଜେନା,ପ୍ରଫୁଲ୍ଲ ସାମନ୍ତରା, ଭୁବନାନନ୍ଦ ମହାପାତ୍ର, ବିଷ୍ଣୁ ମହାନ୍ତି,ଜୟସେନ ମେହେର, ମହେନ୍ଦ୍ର ପରିଡା,ବୀରେନ୍ଦ୍ର ପ୍ରତାପ ଦାସ,ଜ୍ୟୋତି ରଞ୍ଜନ ମହାପାତ୍ର,କ୍ଷୀରୋଦ କୁମାର ସିଂହଦେଓ,ସୁରେଶ ପାଣିଗ୍ରାହୀ,ଅଶୋକ ପ୍ରଧାନ, ରଘୁନାଥ ଦାସ,ପୁର୍ଣ୍ଣଚନ୍ଦ୍ର ପାଢ଼ୀ,ଭାଲଚନ୍ଦ୍ର ଷଡ଼ଙ୍ଗୀ,ଶ୍ରୀକାନ୍ତ ମହାନ୍ତି,ଶଙ୍କର,ନରେନ୍ଦ୍ର ମହାନ୍ତି ଏବଂ ଦେବ ପ୍ରସାଦ ରାୟ ପ୍ରମୁଖ ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମିଳିତ ମଞ୍ଚ / ସ୍ୱାଧୀନ ଫେଡେରେସନ ସମୁହ ତରଫରୁ ଓଡିଶା ରାଜ୍ୟ ନେତୃବୃନ୍ଦ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ନିବେଦନ କରିଛନ୍ତି ।୧୬ ଫେବୃଆରୀ ୨୦୨୪ରେ ଦେଶବ୍ୟାପୀ ହରତାଳ/ଗ୍ରାମୀଣ ଭାରତ ବନ୍ଦ କାର୍ଯ୍ୟକ୍ରମ ପାଇଁ ଓଡିଶାର ରାଜଧାନୀ ଭୁବନେଶ୍ୱର ରେ ନିମ୍ନ ମତେ ପ୍ରତିବାଦ ପିକେଟିଂ/ ପଟୁଆର/ ଧାରଣା ସଂଗଠିତ କରାଯିବ ବୋଲି ଘୋଷଣା କରାଯାଇଛି। ଶ୍ରମିକ, କୃଷକ ଏବଂ କର୍ମଚାରୀ ସଂଗଠନ ମାନଙ୍କର ମିଳିତ କାର୍ଯ୍ୟକ୍ରମ ଭାବରେ ୧୬ ଫେବୃଆରୀ ଦିନ ୧୧ଘଣ୍ଟା ୩୦ ମିନିଟ୍ ସୁଦ୍ଧା ସମସ୍ତେ ଭୁବନେଶ୍ୱର ରାଜମହଲ ଛକ ଠାରେ ପହଞ୍ଚିବେ l ରାଜମହଲ ଛକ ଠାରୁ ଠିକ ଦିନ ୧୨ ଘଟିକାରେ ଶ୍ରମିକ- କୃଷକ ,କର୍ମଚାରୀ,ମହିଳା,ଯୁବ,ଛାତ୍ର ଇତ୍ୟାଦି ସବୁ ବର୍ଗକୁ ନେଇ ମିଳିତ ପଟୁଆର ବାହାରି ମହାତ୍ମାଗାନ୍ଧୀ ମାର୍ଗ(ଲୋୟର ପି. ଏମ୍. ଜି) ଠାରେ ପହଞ୍ଚିବ l ପଟୁଆର ସାମନାରେ ମିଳିତ ବ୍ୟାନର ଏବଂ ମାଇକ ରହିବ l ମହାତ୍ମା ଗାନ୍ଧୀ ମାର୍ଗ ଠାରେ ଏକ ସଂକ୍ଷିପ୍ତ ସଭା ଏବଂ ବିକ୍ଷୋଭ ସଂଗଠିତ କରି କାର୍ଯ୍ୟକ୍ରମ କୁ ସମାପ୍ତ କରାଯିବ l ସ୍ୱାଧୀନ କାର୍ଯ୍ୟକ୍ରମ ଭାବରେ ଅର୍ଥାତ୍ ପିକେଟିଂ,ବିକ୍ଷୋଭ, ଧାରଣା ଏବଂ ପଟୁଆର କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଫିସ ସମ୍ମୁଖରେ,ରେଳ ଷ୍ଟେସନ ଏବଂ ସହରର ମୁଖ୍ୟ ସ୍ଥାନ ଗୁଡିକରେ ପ୍ରତ୍ୟେକ ସଂଗଠନ (ଶ୍ରମିକ, କୃଷକ, କର୍ମଚାରୀ, ମହିଳା, ଯୁବ, ଛାତ୍ର) ସ୍ୱାଧୀନଭାବେ ପିକେଟିଂ/ଧାରଣା/ବିକ୍ଷୋଭ/ପଟୁଆର ସକାଳୁ ସକାଳୁ(ନିଜ ସଂଗଠନ ନିର୍ଦ୍ଧାରିତ ସମୟ ଅନୁଯାୟୀ) ଆରମ୍ଭ କରି ଦିନ ୧୧ ଘଣ୍ଟା ପୂର୍ବରୁ ଶେଷ କରିବେ l ନିଜ ସଂଗଠନ ର ନିଷ୍ପତ୍ତି ଅନୁଯାୟୀ ସ୍ୱାଧୀନ ପିକେଟିଂ/ପଟୁଆର/ବିକ୍ଷୋଭ ସାରି ରାଜମହଲ ଛକ କେନ୍ଦ୍ରୀୟ ପଟୁଆରରେ ସମସ୍ତ ସାଥୀ ନିର୍ଦ୍ଧାରିତ ସମୟରେ ଯୋଗ ଦେବାକୁ ହେବ l ଏତଦ ବ୍ୟତୀତ କର୍ମଚାରୀ ସଂଗଠନ ମାନେ ଏବଂ ଵିଭିନ୍ନ ଟ୍ରେଡ଼ ୟୁନିୟନ ମାନେ ନିଜ ନିଜର ନିଷ୍ପତ୍ତି ଅନୁସାରେ ଯେଉଁଠି ଧର୍ମଘଟ ନୋଟିସ ଦେଇଥିବେ, ସେହି କ୍ଷେତ୍ର(ସେକ୍ଟର) ଗୁଡିକରେ ସେହି ଅନୁଯାୟୀ ଆନ୍ଦୋଳନକୁ ସଂଗଠିତ କରିବେ l ସଂଯୁକ୍ତ କିଷାନ ମୋର୍ଚ୍ଚାର କାର୍ଯ୍ୟକ୍ରମ ଭାବରେ ସାମ୍ପ୍ରତିକ ଦିଲ୍ଲୀ କୃଷକ ଆନ୍ଦୋଳନ ଉପରେ ବର୍ବର ଆକ୍ରମଣର ପ୍ରତିବାଦ ଏବଂ ୧୬ ଫେବୃଆରୀର ଦାବି ଗୁଡିକୁ ଆଧାର କରି ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ୧୬ ଫେବୃଆରୀ ସକାଳ ୯ ଘଣ୍ଟାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ସଂଗଠିତ କରାଯିବ l ଏଥିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସହିତ ସମ୍ପୃକ୍ତ କୃଷକ ସଂଗଠନର ନେତୃବୃନ୍ଦ, ଜନ ଆନ୍ଦୋଳନ/ସାମାଜିକ ଆନ୍ଦୋଳନ ର କର୍ମୀ ବୃନ୍ଦ ଏବଂ ଏସ୍. କେ. ଏମ୍. ଏସ୍. ର ଶୁଭେଛୁ ଏବଂ ବନ୍ଧୁ ମାନେ ଯୋଗ ଦେବେ lଏଥିରେ କେବଳ ସଂଯୁକ୍ତ କୃଷକ ମୋର୍ଚ୍ଚା ବ୍ୟାନର,ପ୍ରସଙ୍ଗ ଭିତ୍ତିକ ବ୍ୟାନର ଏବଂ ଦାବି ଭିତ୍ତିକ ପ୍ଲାକାର୍ଡ ରହିବ l ଏହା ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରସ୍ତାବିତ ନିଜସ୍ୱ ପ୍ରତିବାଦ କାର୍ଯ୍ୟକ୍ରମ l ମାଷ୍ଟର କ୍ୟାଣ୍ଟିନ କାର୍ଯ୍ୟକ୍ରମ ପରେ ସମସ୍ତ ସାଥୀ ରାଜମହଲ ଛକ କେନ୍ଦ୍ରୀୟ ପଟୁଆର ରେ ଯୋଗ ଦେବେ lNews By: ସୁରେଶ ପାଣିଗ୍ରାହୀ ଏବଂ ମହେନ୍ଦ୍ର ପରିଡା, ସଂଯୁକ୍ତ କିଷାନ ମୋର୍ଚ୍ଚା,କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ/ସ୍ୱାଧୀନ ଫେଡେରେସନ ସମୁହ,ଓଡିଶା ତରଫରୁ ଫୋନ:9437936797/ 9437106174ତାରିଖ:15.02.2024ଆପଣଙ୍କ ଗଣ ମାଧ୍ୟମ ରେ ପ୍ରକାଶନ ନିମନ୍ତେ ଅନୁରୋଧ l


error: Content is protected !!