ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ


ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ । ଏମଏସପି ଗ୍ୟାରେଂଟି, ବୋକାରୀ ସମସ୍ୟା ସହ ବିଭିନ୍ନ ଦାବି ନେଇ ଦେଶବ୍ୟାପୀ କରିବ ପ୍ରତିବାଦଆସନ୍ତାକାଲି ଭାରତ ବନ୍ଦ । ଏମଏସପି ଗ୍ୟାରେଂଟି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏହି ଭାରତବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ୧୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଦେଶର ବିଭିନ୍ନ ଭାଗରୁ ଚାଷୀମାନେ ଏକାଠି ହୋଇ ଦିଲ୍ଲୀ ସୀମାରେ ପହଂଚିଛନ୍ତି ।ସେପଟେ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଛି କଂଗ୍ରେସ । ଭାରତ ବନ୍ଦରେ ସାମିଲ ହେବାକୁ କର୍ମୀ ଓ ନେତାଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟିମାନଙ୍କୁ ମଧ୍ୟ ଏହା ଜଣାଇ ଦିଆଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତାକାଲିର ଭାରତ ବନ୍ଦରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତିମାନେ ପଦକ୍ଷେପ ଗ୍ରହଣ କରିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତିି ।କାଲିର କୃଷକଙ୍କ ବନ୍ଦ ପାଳନ ବେଳେ ବରିଷ୍ଠ କଂଗ୍ରେସ ନେତା, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି, ଛାମୁଆ ସଂଗଠନ, ପିସିସି ସଭ୍ୟ, ଏଆଇସିସି ସଭ୍ୟଙ୍କ ସହ କଂଗ୍ରେସ କର୍ମୀଙ୍କୁ ଯୋଗଦେବାକୁ ଆହ୍ୱାନ କରାଯାଇଛି । ଚାଷୀ ଓ ଅବହେଳିତ ବର୍ଗଙ୍କ ସ୍ୱରକୁ ତୀବ୍ର କରିବା ପାଇଁ ଆନ୍ଦୋଳନରେ ସାମିଲ ହୋଇଛି କଂଗ୍ରେସ । ସମଭାବାପନ୍ନ ସଂଗଠନ ଗୁଡିକୁ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିବାରୁ କାଲିର ଆନ୍ଦୋଳନ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।


error: Content is protected !!