୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ସରକାର


୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ସରକାର, ଜାଣନ୍ତୁ କାହାକୁ କେତେ ମିଳିବ ଟଙ୍କା୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର । ଏବେ ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରାଯାଇଛି । ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ୫ହଜାର ଟଙ୍କା ମିଳିବ । ଏହା ବ୍ୟତୀତ ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ୩ ହଜାର ଟଙ୍କା ମିଳିବ ।ବର୍ତ୍ତମାନ ପାଉଥିବା ବେତନ ସହ ଅତିରିକ୍ତ ଭାବେ ପ୍ରୋତ୍ସାହନ ରାଶି ମିଳିବ । ପ୍ରୋତ୍ସାହନ ରାଶି ଚଳିତ ଫେବୃଆରୀ ମାସରୁ ମିଳିବ ବୋଲି ଘୋଷଣା କରାଯାଇଛି ।


error: Content is protected !!