ନୂଆଦିଲ୍ଲୀ :୨୦୨୭ରୁ ଦିଲ୍ଲୀରେ ନୂତନ ସିଏନଜି ଏବଂ ଡିଜେଲ ଅଟୋ ପଞ୍ଜିକରଣ ବନ୍ଦ । ଦିଲ୍ଲୀ ଏନସିଆରରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଏହି ବଡ ନିଷ୍ପତ୍ତି ନେଇଛି। ଦିଲ୍ଲୀ-ଏନସିଆରରେ ଏବେ କେବଳ ବୈଦ୍ୟୁତିକ ୩ ଚକିଆ ଯାନ ଚାଲିବ। ନୂତନ ସିଏନଜି ଏବଂ ଡିଜେଲ ଅଟୋ ପଞ୍ଜୀକରଣ ବନ୍ଦ ଆଡକୁ ଗତି କରିବାରେ ଲାଗିଛି।
ବାୟୁ ପ୍ରଦୂଷଣ ଉପରେ ଇ -୩ ଚକିଆ ନୀତି କଡାକଡି ଭାବେ କାର୍ଯ୍ୟକାରୀ ହେବ। ଦିଲ୍ଲୀ-ଏନସିଆରରେ କେବଳ ଏଲ ୫ (L5) ଇଲେକ୍ଟ୍ରିକ୍ ୩ ଚକିଆ ଯାନ ପଞ୍ଜିକୃତ ହେବ।
ଦିଲ୍ଲୀ-ଏନସିଆରରେ ବୈଦ୍ୟୁତିକ ଅଟୋକୁ ପ୍ରୋତ୍ସାହିତ କରାଯିବ…
CAQM କହିଛି ଯେ ଦିଲ୍ଲୀ-ଏନସିଆରରେ ବୈଦ୍ୟୁତିକ ଅଟୋ ଏବଂ ସାମଗ୍ରୀ ଯାନକୁ ପ୍ରୋତ୍ସାହିତ କରାଯିବ। ୨୦୨୭ ରୁ ଦିଲ୍ଲୀରେ ଏବଂ ୨୦୨୮ ରୁ HVD ଜିଲ୍ଲାରେ କେବଳ ଇ-୩ ଚକିଆ ପଞ୍ଜିକରଣ ହେବ। ସରକାର ପରେ CAQM ମଧ୍ୟ ଦିଲ୍ଲୀ-ଏନସିଆରରେ ଅଟୋ ସେକ୍ଟରରେ ଏକ ବଡ ପରିବର୍ତ୍ତନ ଘୋଷଣା କରିଛି। ଇ-ଅଟୋ ନୀତି ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହେବ।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି