ଐତିହାସିକ ଠାକୁରାଣୀ ଯାତ୍ରା ସରିବାକୁ ଆଉ ଚାରି ଦିନ ବାକି ଥିବା ବେଳେ ମାଙ୍କ ଦର୍ଶନ ସହ କୃପା ଭିକ୍ଷା ପାଇବା ପାଇଁ ବହୁ ସ୍ଥାନରୁ ଭକ୍ତ ଙ୍କ ସମାଗମ ହୋଇଛି।ଏହି ପରି ସମୟରେ ମାଙ୍କ କୃପା ଭିକ୍ଷା ପାଇଁ ନେତା ଅଭିନେତା ମାନଙ୍କ ଭିଡ ଦେଖିବାକୁ ମିଳିଛି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବାହୁ ବଳି ବିଜେଡି ନେତା ତଥା ପାଞ୍ଚ ଥର ବିଧାୟକ ରୁ ଗୁରୁତ୍ତ୍ୱପୂର୍ଣ୍ଣ ମନ୍ତ୍ରୀ ମଣ୍ଡଳୀରେ ସ୍ଥାନ ପାଇଥିବା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ହଠାତ ଠାକୁରାଣୀ ଯାତ୍ରାରେ ମା ଙ୍କ ଦର୍ଶନ ପାଇଁ ପହଞ୍ଚି ଯାଇଥିଲେ।ଠାକୁରାଣୀ ଯାତ୍ରା ପୂଜା କମିଟି ତରଫରୁ ଉପଢୌକନ ଦେଇ ସ୍ୱାଗତ କରିଥିଲେ ଓ ପରେ ବିକ୍ରମ କେଶରୀ ଆରୁଖ ମା ଠାକୁରାଣୀ ଙ୍କୁ ଦର୍ଶନ କରିଥିଲେ।ଏହି ଅବସରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବହୁ ବିଜୁ ଜନତା ଦଳ କର୍ମୀମାନେ ଉପସ୍ଥିତ ଥିଲେ। ଗତ ସାଧାରଣ ନିର୍ବାଚନ ପରେ ବିକ୍ରମ କେଶରୀ ଆରୁଖଙ୍କୁ କୌଣସି କାର୍ଯ୍ୟକ୍ରମ ରେ କିମ୍ବା ଦଳୀୟ କାର୍ଯ୍ୟକ୍ରମ ରେ ଦେଖା ଯାଉ ନ ଥିଲେ।କିନ୍ତୁ ଆଗକୁ ପୋୖରାଞ୍ଚଳ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିକ୍ରମ ଙ୍କ ଉପସ୍ଥିତ କର୍ମୀ ଉତ୍ସାହିତ ହୋଇଛନ୍ତି।ପୂର୍ବରୁ ବିଜେଡ଼ି ସରକାର ଥିବା ସମୟରେ ଭଞ୍ଜନଗର ର ଐତିହାସିକ ଠାକୁରାଣୀ ଯାତ୍ରା ର ମୂଖ୍ୟ ପୁରୋଧା ଭାବେ ଶ୍ରୀଯୁକ୍ତ ବିକ୍ରମ କାର୍ଯ୍ୟ ତୁଳାଇ ଆସୁଥିଲେ।ସୂଚନାଯୋଗ୍ୟ ଯେ ଆଜି ମା ଠାକୁରାଣୀ ଭଞ୍ଜନଗର ପୋୖରାଞ୍ଚଳ କାର୍ଯ୍ୟଳୟ ପରିସରରେ ପୂଜା ପାଇବେ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…