ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଠାରେ ଥିବା ଆୟୁଷମାନ ଆରୋଗ୍ୟ କେନ୍ଦ୍ର ତଥା ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର କିମ୍ବା କର୍ମଚାରୀ ନଥିବା ଯୋଗୁଁ ଚିକିତ୍ସାଳୟ କେନ୍ଦ୍ରରେ ତାଲା ଝୁଲୁଥିବାର ଦେଖିବାକୁମିଳୁଛି । ଏଥି ପାଇଁ ରୋଗୀ ମାନେ ହନ୍ତସନ୍ତ ହେଉଥିବା ବେଳେ ପାଖପଡୋଶୀ ଚିକିତ୍ସାଳୟକୁ ଯିବା ବେଳେ ମୃତ୍ୟୁମୁଖରେ ପଡୁଥିବା ବେଳେ ନିକଟରେ ଥିବା ବାହାର ରାଜ୍ୟର ଚିକିତ୍ସାଳୟକୁ ଯାଇ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଆଜି ଅପରାହ୍ନ ପ୍ରାୟ 3.30 ସମୟରେ ରୋଗୀ ଜଣକ ଚିକିତ୍ସା ପାଇଁ ଆସିଥିଲେ ହେଁ ତାଲା ପଡିଥିବା ଯୋଗୁଁ ଫାଟକ ନିକଟରେ ଶୋଇଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଗାରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବାଲାଜୀପୁର ଗ୍ରାମର ପି.ଗଣେଶ ନାମକ ଜଣେ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସାନିମନ୍ତେ ତାଙ୍କ ପରିବାର ଲୋକେ ଏକ ଅଟୋ ଯୋଗେ ଆସିଥିଲେ । ହେଲେ ତାଲାପଡିଥିବାର ଦେଖି ଉପାୟ ଶୂନ୍ୟ ହୋଇଯାଇଥିଲେ । ଆଜି ଅତ୍ୟାଧିକ ଉତ୍ତାପ ସାଙ୍ଗକୁ ଗୁରୁତର ଅବସ୍ଥାରେ ସେହି ଫାଟକ ନିକଟରେ ହିଁ ଶୋଇ ରହିଥିଲେ । ତାଙ୍କ ପରିବାର ଲୋକେ ତାଙ୍କ ସେବା ଶୁଶ୍ର କରି ଡାକ୍ତର କିମ୍ବା କର୍ମଚାରୀ ଆସିବେ ବୋଲି ବହୁ ସମୟ ଧରି ଅପେକ୍ଷା କରିଥିଲେ । ସେପଟେ ଗଣେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକେ । ତେବେ ଏପରି ଅବସ୍ଥା ଦିନେକି ଦୁଇ ଦିନ ନୁହେଁ ଦୀର୍ଘ 8 ମାସରୁ ଅଧିକା ସମୟ ଧରି ଏହି ଚିକିତ୍ସାଳୟରେ ଏପରି ତାଲା ଝୁଲୁଥିବା ଅବସ୍ଥା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ କହିଛନ୍ତି । 8 ମାସ ପୂର୍ବେ ଏହି ଚିକିତ୍ସାଳୟର ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ ପରେ ଏହି ପଦବୀ ଖାଲି ପଡିଥିବା ବେଳେ ଜଣେ ଅବସରପ୍ରାପ୍ତ ଡାକ୍ତର ମଧ୍ୟ ଛାଡି ଚାଲିଯାଇଥିଲେ । ହେଲେ ବିଗତ ମାସରେ ପୁଣି ସେହି ଡାକ୍ତଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସକ ପୁନଃ ଅବସ୍ଥାପିତ କରିଛନ୍ତି । ତେବେ ଡାକ୍ତର ଜଣକଙ୍କ ଅତ୍ୟାଧିକ ବୟସ ହୋଇଥିବାରୁ ସେ ଅଧିକା ସମୟ ଦେଇପାରୁ ନାହାନ୍ତି । ଏପରି ସ୍ଥଳେ ଏଲୋପଥି ଚିକିତ୍ସା ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେଣୁ ଏଠାରେ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ତୁରନ୍ତ ନିଯୁକ୍ତି କରାଯାଉ ବୋଲି ଦାବୀ କରିଛନ୍ତି । କାଶ ଯେ ଡାକ୍ତର ଓ କର୍ମଚାରୀଙ୍କୁ ଅବସ୍ଥାପିତ ପାଇଁ ବହୁ ବାର ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଆସୁଥିଲେ ହେଁ କୌଣସି ସୁଫଳ ମିଳୁନାହି । ଏପରିକି ଗତ କିଛି ଦିନ ପୂର୍ବେ ଡାକ୍ତର ଓ କର୍ମଚାରୀ ନଥିବା ଯୋଗୁଁ ଜରୁରୀ ଚିକିତ୍ସା ଅଭାବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଅଞ୍ଚଳବାସୀ ଧାରଣା ମଧ୍ୟ ଦେଇଥିଲେ । ହେଲେ ଜିଲ୍ଲାପ୍ରଶାସନ ଲୋକଙ୍କ ସମସ୍ୟା ବୁଝୁ ନଥିବା ବେଳେ ଡାକ୍ତରଙ୍କୁ ନିଯୁକ୍ତି ଦେଇଛୁ ବୋଲି କହି ବିଭାଗୀୟ କର୍ତ୍ତୃପକ୍ଷ ହାତ ଝାଡିଦେଉଥିବାର ଜଣାପଡିଛି । ଏହି ଚିକିତ୍ସାଳୟ ଉପରେ ଉଭୟ ଗୋଷାଣି ଓ ରାୟଗଡ ବ୍ଲକର 15ରୁ ଉର୍ଦ୍ଧ ଗ୍ରାମବାସୀ ନିର୍ଭର କରି ଆସୁଛନ୍ତି । ହେଲେ ଏପରି ପରିସ୍ଥିତି ଯୋଗୁଁ ଲୋକେ ଏବେ ମୃତ୍ୟୁମୁଖରେ ପଡୁଥିବାର ଅଭିଯୋଗ ହୋଇଛି ।

More Stories
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
୨୫ ତାରିଖ ଦିନ ଶୁଭ ବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି |