ଜଣେ କଲେକ୍ଟରଙ୍କ ହୃଦୟ ଛୁଆଁ ଏକ କାହାଣୀ


ମାଲ୍ଲାପୁରମ୍ ଜିଲ୍ଲା କଲେକ୍ଟର ଶ୍ରୀମତୀ ରାଣୀ ସୋୟାମୋଇ ଗୋଟିଏ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସହ ବାର୍ତ୍ତା ଆଳାପ କଲା ମଧ୍ୟରେ ପିଲାମାନଙ୍କୁ ସବୁଠୁ ଆଶ୍ଚର୍ଯ୍ୟ କରିଥିଲା ମ୍ୟାଡାମ କଲେକ୍ଟର କେବଳ ହାତରେ ରିଷ୍ଟ ୱାଚ ଛଡା କୌଣସି ଗହଣା ପିନ୍ଧିନଥିଲେ କିମ୍ବା କୌଣସି ପ୍ରସାଧନ କଥା ଛାଡ଼ନ୍ତୁ , ମୁହଁରେ ପାଉଡର ପଯ୍ୟନ୍ତ ବି ମାରିନଥିଲେ । କଥା ବାର୍ତ୍ତା ଇଂରାଜୀ ଭାଷାରେ ଥିଲା ; ସଂକ୍ଷିପ୍ତ ,କିନ୍ତୁ ଖୁବ୍ ଆତ୍ମ ପ୍ରତ୍ୟୟ ଭରା ।ପିଲାମାନେ ମ୍ୟାଡାମ କଲେକ୍ଟରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ।ଆପଣଙ୍କ ନାଁ ମ୍ୟାମ୍ !” ମୋ ନାଁ ରାଣୀ ,ସୋୟାମୋଇ ମୋ ପରିବାରର ନାଁ , ମୁଁ ଝାଡ଼ଖଣ୍ଡ ରାଜ୍ୟର ବାସିନ୍ଦା।”। ଆଉ କିଛି ପଚାରିବ।! ଜଣେ ତନୁ-ପାତଳୀ ଝିଅଟିଏ ଛିଡାହୋଇଗଲା , ପଚାରିଲା ” ମ୍ୟାମ ,ଆପଣ ମୁହଁରେ କୌଣସି ପ୍ରକାର ପ୍ରସାଧନ ବ୍ୟବହାର କରୁନାହାନ୍ତି କାହିଁକି “?ହଠାତ୍ କଲେକ୍ଟର ସାହିବାଙ୍କ ମୁଁହ ଶୁଖିଲା ହୋଇଗଲା। ତାଙ୍କ କପାଳରେ ଝାଳ ବିନ୍ଦୁ ସ୍ପଷ୍ଟ ଦେଖାଗଲା। ତାଙ୍କ ମୁହଁର ହସ ଫିକା ପଡ଼ିଗଲା । ସାରା ଶ୍ରୋତା ମଣ୍ଡଳୀ ଏକଦମ୍ ଚୁପ୍ ହୋଇଗଲେ । ଟେବଲ୍ ଉପରେ ଥିବା ପାଣି ବୋତଲର ଠିପି ଖୋଲି ମ୍ୟାଡାମ ଟିକେ ପାଣି ପିଇଲେ। ଝିଅ ଟିକୁ ବସିବାକୁ କହି ଧୀରେ ଧୀରେ କହିବା ଆରମ୍ଭ କଲେ। ” ଝିଅଟି ଏମିତି ପ୍ରଶ୍ନଟିଏ ପଚାରିଦେଲେ ଯାହା ଗୋଟିଏ ବାକ୍ୟରେ ଉତ୍ତର ଦେଇ ହେବନାହିଁ। ଏହାର ଉତ୍ତରରେ ମୋର ଜୀବନର ସତ୍ୟତା କହିବାକୁ ପଡ଼ିବ। ମୋ ଗପ ଶୁଣିବା ପାଇଁ ଆପଣଙ୍କ ମୂଲ୍ୟବାନ ୧୦ ମିନିଟ ନଷ୍ଟ କରିବାକୁ ପଡ଼ିବ।”ମୁଁ ଝାଡ଼ଖଣ୍ଡର ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ ଅଭ୍ର (mica) ଖଣି ପରିପୂର୍ଣ୍ଣ କୋଡାର୍ମା ଜିଲ୍ଲାର ଅତି ଗରିବ ଛୋଟ କୁଡିଆ ଘରେ ମୋର ଜନ୍ମ ।” ଏତିକି କହି ଟିକିଏ ରହିଗଲେ କଲେକ୍ଟର ମହୋଦୟା। ଶୋତ୍ରୁ ମଣ୍ଡଳୀଙ୍କୁ ଟିକିଏ ଚାହିଁଲେ। “ମୋ ବାପା ,ମାଆ ଦୁଇଜଣଯାକ ଖଣିରେ ଶ୍ରମିକ କାମ କରନ୍ତି। ମୋ ଉପରେ ଦୁଇ ଭାଇ ଓ ତଳେ ଗୋଟିଏ ଭଉଣୀ। ଆମ କୁଡିଆ ଘରଟି ବହୁତ ଛୋଟ ଏବଂ ବର୍ଷାହେଲେ ଆମେ ସବୁ ଘର ଭିତରେ ବି ଓଦା ହୋଇଯାଉ । ମୋର ବାପା ମାଆ ଉଭୟ କାମ କରିବି ଖୁବ୍ କମ ମଜୁରୀ ପାଉଥିଲେ।କିନ୍ତୁ କିଛି ଉପାୟ ନଥିଲା , ଅନ୍ୟ କୌଣସି କାମ ପାଉ ନଥିଲେ ।ଖୁବ୍ କଷ୍ଟ ଏବଂ ପ୍ରଦୂଷିତ କାମ ଥିଲା। ମୁଁ ଯେତେବେଳେ ଚାରି ବର୍ଷର ହୋଇଥିଲି ମୋ ବାପା , ମାଆ ଓ ଭାଇ ସବୁ ବିଭିନ୍ନ ରୋଗଗ୍ରସ୍ତ ହୋଇ ପଡ଼ିଲେ। ଆଭ୍ର ଖଣିର ବିଷାକ୍ତ ଗୁଣ୍ଡ ଯାହା ନିଶ୍ୱାସରେ ଦେହ ଭିତରକୁ ଯାଏ ତାହାହିଁ ତାଙ୍କ ରୋଗର କାରଣ ଏକଥା ସେମାନେ ଜାଣିପାରୁନଥିଲେ। ମୋତେ ପାଞ୍ଚ ବର୍ଷ ହୋଇଥାଏ ମୋର ଭାଇମାନେ ବେମାର ପଡ଼ି ମରିଗଲେ । “ଦୀର୍ଘଶ୍ୱାସ ପକାଇ ଆଖି କୋଣରୁ ଜକେଇ ଆସୁଥିବା ଲୁହ ପୋଛି ସଫା କଲେ ବିଗଲିତ ହୃଦୟା ମ୍ୟାଡାମ କଲେକ୍ଟର ।”ଅଧିକାଂଶ ଦିନ ଆମର ଖାଦ୍ୟ ହେଲା ପଟେ ଦୁଇପଟ ରୁଟି ଆଉ ପାଣି।ମୋର ଭାଇ ଦୁଇଜଣ ବେମାର ପଡ଼ି ଉପାସ ଭୋକରେ ବ୍ୟାକୁଳ ହୋଇ ମରିଗଲେ।ମୋ ଗାଁର କେହି ଡାକ୍ତରଖାନା କି ସ୍କୁଲ୍ ଦେଖି ନଥିଲେ। ଆପଣ ମାନେ ଏବେ ଗୋଟିଏ ଗାଁ କଳ୍ପନାକରିଁପାରିବେ ଯେଉଁଠି ଇଲେକ୍ଟ୍ରିସିଟି , ପାଇଖେନା ସ୍କୁଲ୍ କି ଡାକ୍ତରଖାନା ନଥିବ!ଦିନେ ମୁଁ ଖୁବ୍ ଭୋକିଲା ଥାଏ , ମୋବାପା ମୋର ଚମାବୃତ ହାଡ ମାଳ ଶରୀରକୁ ଏକ ପ୍ରକାର ଟାଣି ଟାଣି ଚାରିପାଖ ଟିଣ ଘେରା ଗୋଟିଏ ମାଇନ୍ସ ପାଖକୁ ନେଇଗଲେ। ଏଠାରୁ ମାଇନ୍ସ କାମ ସରିଥାଏ । ଏହି ପରିତ୍ୟକ୍ତ ଅଭ୍ରା ମାଇନ୍ସରୁ ଚୋରା ଭାବରେ ଆଭ୍ରା ସଂଗ୍ରହ କରାଯାଏ। ପରିତ୍ୟକ୍ତ ଗୁମ୍ଫା ଭିତରକୁ ଘୁଷୁରି ଘୁଷୁରି ପଶି ତା ଭିତରୁ ଅଭ୍ରୁ ଗୋଟାଇବା ମୋ କାମ । ଏହିଁ କାମ କେବଳ ଦଶ ବର୍ଷ ମଧ୍ୟରେ ଛୋଟ ପିଲା କରି ପାରିବେ ।ମୋ ଜୀବନରେ ସେଦିନ ପ୍ରଥମ ଥର ପାଇଁ ପେଟପୂରା ରୁଟି ଖାଇଲି ଓ ପାଣି ପିଇଲି। କିନ୍ତୁ ମୋର କିଛି ସମୟରେ ବାନ୍ତି ହୋଇଗଲା। ସେହିପରି ପ୍ରତିଦିନ ଆଠ ଘଣ୍ଟା କାମ କଲେ ପେଟପୂରା ରୁଟି ମିଲିପାରିଲା। ଖୁବ୍ ବିପଦପୂର୍ଣ୍ଣ କାମ ।ଗୁମ୍ଫାଧସି ଯାଇ ବହୁତ୍ ପିଲା ମରିଯାଆନ୍ତି। ବିଷାକ୍ତ ମାଇକା ଗୁଣ୍ଡ ନିଶ୍ଵାସରେ ଯାଇ ଶରୀରକୁ ରୋଗଗ୍ରସ୍ତ କରିଦିଏ । ଭୋକ ଆଉ ଅଭ୍ର ଗୁଣ୍ଡ ପ୍ରଭାବରେ ମୁଁ ଖୁବ୍ ଦୁର୍ବଳ ଥାଏ। ବର୍ଷକ ପରେ ମୋ ସାନ ଭଉଣୀ ମୋ ସହ ଆସିକି କାମ କଲା। ବାପା ମାଆଙ୍କ ସହ ଆମେ ଦୁଇ ଭଉଣୀ ମିଶି କାମ କରିବାରୁ ଅନ୍ତତଃ ଆମେ ପେଟପୂରା ଖାଇବାକୁ ପାଇଲୁ। କିନ୍ତୁ ଦୁର୍ଭାଗ୍ୟ ଅନ୍ୟ ପ୍ରକାର ଖେଳ ଖେଳିଲା।। ମୋତେ ଦିନେ ଖୁବ୍ ବେଶି ଜର ହେବାରୁ ମୁଁ ଆମ କୁଡ଼ିଆରେ ଏକାକୀ ଶୋଇଥିଲି। ହଠାତ୍ ଅତି ପ୍ରବଳ ବର୍ଷା ହେଲା । କାମ କରୁଥିବା ମଜଦୁରଙ୍କ ଉପରେ ଖଣି ଭୁଷୁଡି ପଡିବା। ଶହଶହ ସଂଖ୍ୟାରେ ଶ୍ରମିକ ମାନେ ମରିଗଲେ। ସେମାନଙ୍କ ଭିତରେ ମୋ ବାପା ,ମାଆ ଓ ସାନ ଭଉଣୀ ବି ଥିଲେ ।” କଲେକ୍ଟରଙ୍କ ଦୁଇ ଆଖିରୁ ଅମାନିଆ ଲୁହ ଧାର ବୋହିଚାଲିଲା। ଶ୍ରୋତା ମାନେ ନିଃଶ୍ୱାସ ନେବା ଭୁଲି ଯାଇଥିଲେ । ଅନେକଙ୍କ ଚକ୍ଷୁ ମଧ୍ୟ ଲୋତକ ପରିପୂର୍ଣ ।”ମୋତେ ସେତେବେଳେ ଛ ବର୍ଷ । ମୁଁ ସରକାରୀ ଅନାଥାଳୟ ରେ ଆଶ୍ରୟ ପାଇଲି। ମୋର ସେଇଠି ପାଠ ପଢା ଆରମ୍ଭ ହୋଇଗଲା।ଆମ ଗାଁରେ ମୁଁ ପ୍ରଥମ ଅକ୍ଷର ଲେଖା ଶିଖିଲି।ଆଉ ଏଇମିତି ଭାବେ ମୁଁ ଆପଣଙ୍କ ଆଗରେ କଲେକ୍ଟର।ଆପଣ ଏବେ ଆଶ୍ଚର୍ଯ୍ୟ ହେଉଥିବେ ଏହାସହିତ ମୋର ମେକ୍ ଆପ ନହେବାର ସମ୍ବନ୍ଧ କଣ ଅଛି !”ଥରେ ପିଲା ମାନକ ଆଡ଼କୁ ଚାହିଁ ଦେଇ ସେ କହି ଚାଲିଲେ।ମୁଁ ପରେ ଜାଣିଲି ଯେ ସେହି ଅନ୍ଧାର ଗୁମ୍ଫା ଭିତରେ ଭୋକିଲା ପେଟରେ ଗୁରୁଣ୍ଡି ଗୁରୁଣ୍ଡି ଯେଉଁ ଅଭ୍ର ସଂଗ୍ରହ କରିଥିଲି ତାହା ସବୁ ଏହି ମେକ-ଆପ ଉପକରଣ ତିଆରିରେ ଲାଗିଛି।ମାଇକା ବା ଅଭ୍ର ଚକ୍ ଚକ୍ କରୁଥିବା ଖଣିଜ ଉତ୍ପାଦନ। ସବୁ ନାମୀ-ଦାମୀ ବୃହତ୍ ସୋନ୍ଧର୍ଯ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା ବ୍ୟାପାରିକ ସଂସ୍ଥାର ପ୍ରଧାନ ଉପାଦାନ ବହୁରଙ୍ଗ ବିଶିଷ୍ଟ ଆଭ୍ରା ଯାହା ଆପଣ ମାନଙ୍କ ତ୍ଵଚାକୂ ଚକ୍ ଚକ୍ କରିଥାଏ ଯାହା ୨୦୦୦୦ ନିଷ୍ପାପ ଛୁଆଙ୍କ ଜୀବନକୁ ବିପନ୍ନ କରି ସଂଗୃହିତ ହୋଇଥାଏ । ସେମାନଙ୍କ ଛିନ୍ ଭିନ ଜୀବନ , ଧୁଆଁଳିଆ ସ୍ୱପ୍ନ ଏବଂ ପଥର ଛେଚା ରକ୍ତ ମାଂସରେ ପ୍ରସ୍ତୁତ ହୁଏ ଏହି ପ୍ରସାଧନ ସାମଗ୍ରୀ ! ଆପଣ ମାନଙ୍କ ଗାଲର ତ୍ଵଚାକୁ ଗୋଲାପି ମୁଲାୟମ କରିବାପାଇଁ !!ଏବେବି ଖଣି ମାନଙ୍କରୁ କୋଟି କୋଟି ଡ଼ଲାର ମୂଲ୍ୟର ଅଭ୍ର ସେହି ସୁକୁମାର କୋମଳ ହାତ ଦ୍ଵାରା ସଂଗ୍ରହ ହେଉଛି ।ଏବେ ଆପଣ କୁହନ୍ତୁ,”ମୁଁ କେମିତି ସେହି ପ୍ରସାଧନ ସାମଗ୍ରୀ ବ୍ୟବହାର କରିପାରିବି ! ମୋର ଭାଇ ମାନଙ୍କର ଭୋକିଲା ମୁହଁର ଜୀବନ୍ତ ସ୍ମୃତି ପାଖରେ ମୁଁ ପେଟପୂରା କେମିତି ଖାଇ ପାରିବି ! ମୋର ମାଆର ଛିଡା ଶାଢ଼ୀର ବିବର୍ଣ୍ଣ ରଙ୍ଗ ମନେ ପଡ଼ିଲେ ମୁଁ କେମିତି ଦାମିକା ସିଲ୍କ ର ପୋଷାକ ପିନ୍ଧି ପାରିବି ! “ସାରା ଶୋତ୍ରୁ ମଣ୍ଡଳୀ ଉଠି ଠିଆହୋଇ ପଡ଼ି କଲେକ୍ଟର ଶ୍ରୀମତୀ ରାଣୀ ସୋୟାମୋଇ ଙ୍କୁ ମୁଣ୍ଡ ଉପରକୁ କରି ସ୍ମିତ ହସ ହସ ମୁହଁରେ ଚାଲି ଯିବାର ନିରବ ଭାବରେ ଦେଖିଲେ । କିନ୍ତୁ ସେମାନଙ୍କ ମୁଖ ମଣ୍ଡଳୀର ପ୍ରସାଧନ ଚକ୍ଷୁ ନିଶୃତ ଉଷ୍ମ ଲୁହର ଧାରାରେ ଭିଜି ଯାଇଥିଲା ।ସେମାନଙ୍କୁ ଦୋଷ ଦିଅନ୍ତୁ ନାହିଁ ଯେଉଁ ମାନେ ମହିଳା ମାନଙ୍କୁ ସ୍ନୋ , ପାଉଡର , ଲିପଷ୍ଟିକରେ ସଜ୍ଜିତ ଦେଖି ସହି ପାରନ୍ତି ନାହିଁ।(ଉଚ୍ଚମାନର ମାଇକା ଏବେବି ଝାଡ଼ଖଣ୍ଡରେ ଉତ୍ତୋଳନ ହୁଏ , ପ୍ରାୟତଃ ୨୦୦୦୦ ଶିଶୁ ଶ୍ରମିକ ଏହାର ସଂଗ୍ରହରେ ନିୟୋଜିତ)(ମୋର ନିଜସ୍ବ ଲେଖା ନୁହେଁ)🙏ବେଶ୍ ହୃଦୟସ୍ପର୍ଶୀ ସଂଗୃହୀତ କାହାଣୀ


error: Content is protected !!