କଟକ ଅର୍ବାନ ହାଟ ପିଣ୍ଡି ଖାଲି ପଡିଥିବା ବେଳେ ହାଟ ବାହାରେ ଓ ରାସ୍ତାକଡରେ ବସୁଛନ୍ତି ବ୍ୟବସାୟୀ


କଟକ ଅର୍ବାନ ହାଟ ପିଣ୍ଡି ଖାଲି ପଡିଥିବା ବେଳେ ହାଟ ବାହାରେ ଓ ରାସ୍ତାକଡରେ ବସୁଛନ୍ତି ବ୍ୟବସାୟୀ। ଏହାଦ୍ବାରା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ଆଶଙ୍କା ରହୁଛି।ବିଭାଗୀୟ ଅଧିକାରୀ ଓ ପରିଚାଳନା କମିଟିର ଘନଘନ ବୈଠକ ସତ୍ତ୍ଵେ ସବୁ ବିଫଳ। ଜଗୁଆଳି ଜଗୁଥିବା ବେଳେ ହାଟ ଭିତରେ ଗାଡି ପଶୁଥିବା ଯୋଗୁଁ ସାଧାରଣ ଲୋକ ପରିବାପତ୍ର କିଣାକିଣି କରିବାପାଇଁ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକ ମହାନଗର ନିଗମ କମିଶନର ଓ ମେୟର ଏଥିପ୍ରତି ଦୃଷ୍ଟି ଦେବାସହ ଶୃଙ୍ଖଳିତ ବ୍ୟବସ୍ଥାରେ ହାଟ ପରିଚାଳନା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ “ମୋ କଟକ ସୁରକ୍ଷା ମଞ୍ଚ” ସମ୍ପାଦକ ଜିତେନ୍ଦ୍ର ସାହୁ ଦାବୀ କରିଛନ୍ତି।


error: Content is protected !!