ଆଜି କେନ୍ଦୁଝର ପୋଲିସ ପକ୍ଷରୁ ଆନନ୍ଦପୁର, ଘସିପୁରା, ନନ୍ଦିପଦା ଓ ଘଟଗାଁ ଥାନା ଅଞ୍ଚଳରେ କୁଖ୍ୟାତ ବାଲି ମାଫିଆମାନଙ୍କ ବିରୋଧରେ ୧୨ଟି ସ୍ଥାନରେ ଏକାସାଥିରେ ଚଢ଼ାଉ କରାଯାଇଛି।ଏହି ଚଢ଼ାଉ ସମୟରେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା (୨୭ ଲକ୍ଷରୁ ଅଧିକ) ଜାଲିଆତି ଦସ୍ତାବିଜ, ବିଶେଷକରି ନକଲି ଟ୍ରାନ୍ସିଟ୍ ପାସ୍ ଜବତ କରିଛି। ଏକାଧିକ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ପାଇଛି ପୋଲିସ। ଏଥି ସହ ୩୦ରୁ ଅଧିକ ଯାନବାହନ ଏବଂ ଅନ୍ୟାନ୍ୟ ଦୋଷସୂଚକ ସାମଗ୍ରୀ ଜବତ ହୋଇଛି।
ଚଢ଼ାଉ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି ଏବଂ ସମ୍ପୂର୍ଣ୍ଣ ଜବତ ତଥ୍ୟ ସଂଗ୍ରହ ପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ। ଏପର୍ଯ୍ୟନ୍ତ ଅଛି କମ୍ ରେ ୧୦ ଜଣ ବାଲି ମାଫିଆଙ୍କୁ ଅଟକ ରଖାଯାଇଛି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…