ରୁଅନନ୍ତପୁରମ, ୧୮/୦୫: କେରଳମ୍ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି ସତୀଶନ୍। ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର।ତିରୁଅନନ୍ତପୁରମ୍ର ସେଣ୍ଟ୍ରାଲ ଷ୍ଟାଡିୟମରେ ଶପଥ ସମାରୋହ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଅଛନ୍ତି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ଯ ଯୋଗ ଦେଇଛନ୍ତି।
ଶ୍ରୀ ସତୀସନ୍ଙ୍କ ସହିତ, UDF କ୍ୟାବିନେଟ୍ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଭି.ଡ଼ି ସତୀସନଙ୍କ ସହ ୨୦ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେଥିମଧ୍ୟରୁ କଂଗ୍ରେସର ରହିବେ – ରମେଶ ଚେନ୍ନିଥାଲା, ସନି ଜୋସେଫ୍, କେ. ମୁରଲୀଧରନ୍, ଏପି ଅନିଲ କୁମାର, ପିସି ବିଷ୍ଣୁନାଧ, ଟି. ସିଦ୍ଦିକି, ବିନ୍ଦୁ କୃଷ୍ଣ, କେଏ ତୁଲାସି, ରୋଜି ଏମ୍ ଜନ୍, ଏମ୍. ଲିଜୁ ଏବଂ ଓଜେ ଜନିଶ୍। ପାଞ୍ଚ ଜଣ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ବିଧାୟକ – ପିକେ କୁନହାଲିକୁଟ୍ଟି, ଏନ. ଶାମସୁଦ୍ଦିନ୍, କେଏମ୍ ଶାଜି, ପିକେ ବଶୀର ଏବଂ ଭିଇ ଅବଦୁଲ୍ ଗଫୁର – ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କେରଳ କଂଗ୍ରେସ (ଯୋସେଫ୍)ରୁ ମୋନ୍ସ ଜୋସେଫ୍, ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟିର ଶିବୁ ବେବି ଜନ୍, କେରଳ କଂଗ୍ରେସ (ଜାକବ୍)ରୁ ଅନୁପ୍ ଜାକବ୍ ଏବଂ କମ୍ୟୁନିଷ୍ଟ ମାର୍କ୍ସବାଦୀ ପାର୍ଟିର ସିପି ଜନ୍ ଶପଥ ଗ୍ରହଣ କରିଛନ୍ତି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…