ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସ୍ଵିଡେନ ଗସ୍ତରେ ଯାଇଛନ୍ତି। ୮ ବର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ। ଏହା ପୂର୍ବରୁ ୨୦୧୮ରେ ସେ ସ୍ଵିଡେନ ଯାତ୍ରା କରିଥିଲେ। ସ୍ଵିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ମୋଦିକୁ ଗୋଥେନବର୍ଗ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରିଥିଲେ।ଏହି ଅବସରରେ ମୋଦିଙ୍କୁ ସ୍ଵିଡେନର ସର୍ବୋଚ୍ଚ ସମ୍ମାନ ‘ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର୍ ଷ୍ଟାର, କମାଣ୍ଡର ଗ୍ଲାଣ୍ଡ କ୍ରସ୍’ ପ୍ରଦାନ କରାଯାଇଛି। ଏହି ସମ୍ମାନ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭିନ୍ନ ଦେଶରୁ ମୋଟ ୩୧ଟି ଆନ୍ତର୍ଜାତୀୟ ସମ୍ମାନ ମିଳିଲାଣି।
ଏହା ପୂର୍ବରୁ ମୋଦି ଗତ କାଲି ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭାରତୀୟ ରୀତିନୀତି ଅନୁସାରେ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି। ଏହି ସମୟରେ ବାଣିଜ୍ୟ, ପ୍ରଯୁକ୍ତି, ପ୍ରତିରକ୍ଷା ଓ ସବୁଜ ଶକ୍ତି ଭଳି ଅନେକ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ କୂଟନୈତିକ ଏବଂ ଆର୍ଥିକ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…