May 19, 2026

Now Odisha

Now Odisha

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

Spread the love

କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହକୁ କେନ୍ଦ୍ର କରି ଅଲରା ଗାଁର ଯୁବକ ମନୋଜ ମଲ୍ଲିକଙ୍କୁ ଶଶୁର ଘର ବଡମ୍ବା କରଡିବନ୍ଧ ଗାଁକୁ ଡାକି ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ମୃତକ ମନୋଜଙ୍କର ବାପା ବସନ୍ତ ମଲ୍ଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି । ବଡମ୍ବା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ବଡମ୍ବା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଆଠଗଡ଼ SDPO ବିଶ୍ୱଜିତ ମହାନ୍ତି ଏନେଇ ଅଧିକ ତଦନ୍ତ କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମୃତକଙ୍କର ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ନିଜ ସ୍ବାମୀ ମନୋଜ ମଲ୍ଲିକ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିବା ବେଳେ ମୃତକ ମନୋଜ ମଲ୍ଲିକଙ୍କ ବାପା ବସନ୍ତ ମଲ୍ଲିକ ପୁଅର ଯୌନାଙ୍ଗ କାଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସାମ୍ନାକୁ ଆସିପାରିବ । ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

error: Content is protected !!