May 21, 2026

Now Odisha

Now Odisha

ଘରକୁ ଫେରିଲେ ‘ହମଜା’ ହୋଇଥିବା ବିଶାଲ , ବିବାହର ପ୍ରଲୋଭନ ଦେଇ ଧର୍ମପରିବର୍ତ୍ତନ କରାଯାଇ ଥିବା ଅଭିଯୋଗ

Spread the love

ବିଜନୌର : ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାରେ ଜଣେ ନାବାଳକ ଯୁବକଙ୍କ ଧର୍ମାନ୍ତରୀକରଣ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। କାଶ୍ମୀରରେ ଇସଲାମ ଧର୍ମ ଗ୍ରହଣ କରି ହମଜା ହୋଇଥିବା ବିଶାଲ ଘରକୁ ଫେରିବା ବେଳେ, ତାଙ୍କୁ ସ୍ୱାଗତ କରିବାକୁ ବାଖପୁର ଗଢ଼ି ଗାଁରେ ବହୁ ସଂଖ୍ୟକ ଗ୍ରାମବାସୀ ଏକତ୍ରିତ ହୋଇ ଥିଲେ। ଗାଁର ଶିବ ମନ୍ଦିରରେ ପୂଜାର୍ଚ୍ଚନା ଏବଂ ମନ୍ତ୍ର ଜପ ସହିତ ଯୁବକଙ୍କୁ ଶୁଦ୍ଧ କରାଯାଇ ଥିଲା।

ସୂଚନା ଅନୁସାରେ, ନାବାଳକ ବିଶାଲ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁ ଥିଲେ। ଅଭିଯୋଗ ହୋଇଛି ଯେ, ଯୁବତୀଙ୍କ ବାପା ୱାସିମ, ବିଶାଲଙ୍କୁ ପ୍ରଲୋଭିତ କରି ଓ ଧମକ ଦେଇ ଧର୍ମ ପରିବର୍ତ୍ତନ କରିଥିଲେ। କୁହାଯାଉଛି ଯେ, ବିଶାଲଙ୍କୁ କାଶ୍ମୀର ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ଜାଲ କାଗଜପତ୍ର ଆଧାରରେ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଇ ଥିଲା ଏବଂ ତାଙ୍କର ନାଁ ହମଜା ରଖାଗଲା।

ମାମଲାର ସୂଚନା ପାଇବା ପରେ ପରିବାର ଲୋକେ ପୁଲିସକୁ ଅଭିଯୋଗ କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଶାଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଥିଲା ଏବଂ ତାଙ୍କୁ ତାଙ୍କର ପିତାମାତାଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ଗାଁରେ ଯୁବକଙ୍କ ଘରକୁ ଫେରିବା ନେଇ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା।

ଗ୍ରାମର ଶିବ ମନ୍ଦିରରେ ଅନୁଷ୍ଠିତ ଶୁଦ୍ଧିକରଣ ଉତ୍ସବରେ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗ ଦେଇ ଥିଲେ। ଢୋଲ ବାଦ୍ୟ ଏବଂ ଧାର୍ମିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ବିଶାଲଙ୍କ ଶୁଦ୍ଧିକରଣ ଉତ୍ସବ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମ ବେଳେ ଗାଁରେ ଖୁବ୍ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା।

ଏହି ଅବସରରେ ବିଜେପି ନେତା ମୌସମ ଚୌଧୁରୀ ମଧ୍ୟ ଗାଁରେ ପହଞ୍ଚି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥିଲେ । ସେ କହିଥିଲେ ଯେ, କୌଣସି ବି ବ୍ୟକ୍ତିଙ୍କ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ଭୁଲ ଏବଂ ଏପରି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ପୁଲିସ ଅଭିଯୁକ୍ତ ୱାସିମକୁ ଅଟକ ରଖି ପଚରାଉଚରା ଆରମ୍ଭ କରି ଦେଇଛି। ଅଧିକାରୀମାନେ କହିଛନ୍ତି ଯେ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରାଯାଉଛି।ଧର୍ମାନ୍ତରୀକରଣରେ ନକଲି କାଗଜପତ୍ର ବ୍ୟବହାର ଏବଂ ଅନ୍ୟାନ୍ୟ ଅଭିଯୋଗର ମଧ୍ୟ ତଦନ୍ତ କରାଯାଉଛି। ପୁଲିସ କହିଛି ଯେ, ତଦନ୍ତ ଆଧାରରେ ଆହୁରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ପରେ ଗାଁ ଏବଂ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖୁଛି ଯାହା ଦ୍ୱାରା କୌଣସି ଉତ୍ତେଜନା ସୃଷ୍ଟି ନହୁଏ।

error: Content is protected !!