ବିଷ୍ଣୁଚରଣ ସେଠୀଙ୍କୁ ଘରେପଶି ଗାଳିଗୁଲଜ ଓ ହତ୍ୟାଧମକ


ସୂଚନାଅଧିକାର ଆଇନରେ ତଥ୍ୟ ମାଗିବାରୁ କଟକଜିଲ୍ଲା ନରସିଂହପୁରର ସୂଚନାଅଧିକାର କର୍ମୀ ବିଷ୍ଣୁଚରଣ ସେଠୀଙ୍କୁ ଘରେପଶି ଗାଳିଗୁଲଜ ଓ ହତ୍ୟାଧମକ କରିବା ସହ ମିଥ୍ୟାକେସ ଦେବା ନେଇ ଆଜି ଓଡିଶା ସୂଚନାଅଧିକାର ଅଭିଯାନର ଏକ ପ୍ରତିନିଧି ଦଳ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧ୍ୟୀକ୍ଷକଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଆରକ୍ଷୀ ଆୟୁକ୍ତ ଦେବଦତ୍ତ ବରାଳଙ୍କୁ ଭେଟି ଏକ ଦାବୀପତ୍ର ଦେବା ସହ ଆଲୋଚନା କରିଥିଲେ। ବିଷ୍ଣୁ ଚରଣ ସାହୁଙ୍କୁ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


error: Content is protected !!