May 21, 2026

Now Odisha

Now Odisha

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା |

Spread the love

ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ ଏକ ବୋଲେରୋ ଗାଡ଼ି ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଦାନୀ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଏହି ସ୍ୱତନ୍ତ୍ର ରେଳ ଲାଇନଟି ମାଲ ପରିବହନ ନିମନ୍ତେ ବ୍ୟବହାର କରାଯାଏ।

ଆଜି ଏହି ପଥ ଦେଇ ଏକ ମାଲବାହୀ ଟ୍ରେନ ଯାଉଥିବା ସମୟରେ ସେଠାରେ ଥିବା ବୋଲେରୋ ଗାଡ଼ିଟିକୁ ଶକ୍ତ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ତେବେ ଟ୍ରେନଟି ମାଲ ନେଇ କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେ ନେଇ ସଠିକ୍ ସୂଚନା ମିଳିପାରି ନାହିଁ। ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗାଡ଼ିଟି କମ୍ପାନୀର ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

error: Content is protected !!