ନୂଆଦିଲ୍ଲୀ, ୨୧/୦୫: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ବିଦେଶ ଗସ୍ତରୁ ଫେରି ତୁରନ୍ତ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହି ବୈଠକରେ ସବୁ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନ ୪ଟାରେ ଦିଲ୍ଲୀର ସେବା ତୀର୍ଥରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୧୨ ବର୍ଷରେ ସବୁ ବିଭାଗରେ ହୋଇଥିବା କାମର ସମୀକ୍ଷା କରିବେ।ପଶ୍ଚିମ ଏସିଆ ସଙ୍କଟ ଭିତରେ ଦେଶରେ ମହଙ୍ଗା ମାଡ଼ ଓ ତୈଳ ଯୋଗାଣ ବାଧାପ୍ରାପ୍ତ କିପରି ହଟିବ ତା’ ଉପରେ ରହିବ ପ୍ରଧାନମନ୍ତ୍ରୀଙ୍କ ନଜର। ଏହି ବୈଠକରେ ମୋଦି ପ୍ରମୁଖ ମନ୍ତ୍ରଣାଳୟଗୁଡ଼ିକୁ ନାଗରିକ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ଏବଂ ଚଳିତ ଭୂରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମିଥ୍ୟା ଖବରର ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି।
ଅନ୍ୟପଟେ କ୍ୟାବିନେଟ୍ ଅଦଳବଦଳ ନେଇ ମଧ୍ୟ ଚର୍ଚ୍ଚା ଜୋର ହେଉଛି। ଜୁନ୍ ଦ୍ୱିତୀୟ ସପ୍ତାହରେ କ୍ୟାବିନେଟ୍ ସମ୍ପ୍ରସାରଣ ସମ୍ଭାବନା ରହିଛି।

More Stories
ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଶିଶୁ ଝିଅ ।
ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା |
ଘରକୁ ଫେରିଲେ ‘ହମଜା’ ହୋଇଥିବା ବିଶାଲ , ବିବାହର ପ୍ରଲୋଭନ ଦେଇ ଧର୍ମପରିବର୍ତ୍ତନ କରାଯାଇ ଥିବା ଅଭିଯୋଗ