ନୂଆଦିଲ୍ଲୀ, ୨୧/୦୫: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଏକ ମାଷ୍ଟରମାଇଣ୍ଡ ହମଜା ବୁର୍ହାନ୍ (ଆର୍ଜୁମାନ୍ଦ ଗୁଲଜାର ଡାର) ପାକିସ୍ତାନ-ଅଧୀନ କଶ୍ମୀର (PoK) ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି।
ଅଜ୍ଞାତ ବନ୍ଧୁକଧାରୀମାନେ ମୁଜାଫରାବାଦରେ ଥିବା ତା’ ଅଫିସ ବାହାରେ ଫାୟାରିଂ କରିଥିଲେ। ତା ଶରୀରରେ ଏକାଧିକ ଗୁଳି ବାଜିଥିବା ରୁ ମୃତ୍ୟୁ ହୋଇଛି। ହମଜାର ମୃତଦେହ ରାସ୍ତାରେ ପଡ଼ିଥିବା ଫଟୋ ଏବଂ ଭିଡିଓ ମିଡିଆରେ ପ୍ରସାରିତ ହୋଇଛି।
ତେବେ ଏହି ହତ୍ୟା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ପାକିସ୍ତାନୀ ମିଡିଆରେ ଏ ବିଷୟରେ ବିଶେଷ ପ୍ରତିକ୍ରିୟା ମିଳି ନାହିଁ।ହମ୍ଜା ବୁରାନ କିଏ?
ହମଜାର ପୂରା ନାଁ ଅର୍ଜୁମନ୍ଦ ଗୁଲଜାର ଡାର। ସେ ଜମ୍ମୁ-କଶ୍ମୀର ପୁଲୱାମା ଜିଲ୍ଲାର ଖରବତପୋରା, ରତନିପୋରାର ବାସିନ୍ଦା। ସେ Al-Badr ଆତଙ୍କବାଦୀ ସଂଗଠନର କମାଣ୍ଡର୍। ୨୦୧୭ରେ ପଢ଼ିବା ପାଇଁ ପାକିସ୍ତାନ ଯିବା ପରେ ସେଠାରେ ଏହି ଗୋଷ୍ଠୀରେ ଯୋଗ ଦେଇଥିଲା।
ଭାରତୀୟ ସରକାର ତାଙ୍କୁ ୨୦୨୨ରେ ଆତଙ୍କବାଦୀ ଘୋଷଣା କରିଥିଲେ। ଯୁବକଙ୍କୁ ଆତଙ୍କବାଦୀ ଶିବିରରେ ଭର୍ତ୍ତି, ଆର୍ଥିକ ସହାୟତା, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ କରାଇବା ସହ ୨୦୧୯ ପୁଲୱାମା ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ ସେ ଥିଲା। ସେ ପୁଲୱାମାରେ ବିଭିନ୍ନ ଆକ୍ରମଣ ଏବଂ ଆତଙ୍କବାଦୀ ନେଟୱର୍କ ଚଳାଇବାରେ ଜଡ଼ିତ ଥିଲା ବୋଲି କୁହାଯାଏ।
୧୪ ଫେବ୍ରୁଆରୀ ୨୦୧୯ରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍ ଯବାନ ପ୍ରାଣ ହରାଇଥିଲେ। ଏହା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଘଟିଥିଲା।

More Stories
ଭିଜିଲାନ୍ସ ପଞ୍ଝାରେ ସିନିୟର୍ ଆସିଷ୍ଟାଣ୍ଟ
ନବବଧୁର ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା |
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ଖୁଲାସା |