May 25, 2026

Now Odisha

Now Odisha

ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!

Spread the love

ସ୍ତ୍ରୀର ଶବ ବୋଲି ଚିହ୍ନଟ କରି ସ୍ୱୀକାର କରିବା ପାଇଁ ସ୍ୱାମୀକୁ ଅମାନୁଷିକ ଭାବେ ପିଟିପିଟି ଗୁରୁତର କରିଥିବା ଅଭିଯୋଗରେ ବାରଙ୍ଗ ଥାନା ଘେରିଲେ ଚଣ୍ଡୀପ୍ରସାଦ ଗ୍ରାମବାସୀ। ପୁଲିସର ଅମାନୁଷିକ ମାଡ଼ରେ ଗୁରୁତର ହୋଇଥିବା ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ବେହେରା(୩୧)କୁ ନେଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।ଏକଥା ଜାଣିବା ପରେ ଗୁରୁତର ରାକେଶର ବାପା କାର୍ତ୍ତିକ ବେହେରା ଓ ମା’ ଲକ୍ଷ୍ମୀପ୍ରିୟା ବେହେରା କାନ୍ଦିକାନ୍ଦି ବାରଙ୍ଗ ଥାରେ ପହଞ୍ଚିଥିଲେ। ପଛେପଛେ ଗାଁର ଶତାଧିକ ଲୋକ ଆସି ଥାନା ଘେରାଉ କରିଥିଲେ। ରାକେଶର ମା’ ଥାନାରେ କାନ୍ଦି କାନ୍ଦି ମୋ ପୁଅକୁ କିଏ ପିଟିଛ? ସେ ଏବେ ବାରମ୍ବାର ମୂର୍ଚ୍ଛା ହୋଇଯାଉଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କ୍ଷୋଭକୁ ଦେଖି ବାରଙ୍ଗ ଥାନାର ସୁରକ୍ଷା ପାଇଁ ପୁଲିସ ଓ ଫେର୍ସରେ ଛାଉଣି କରାଯାଇଛିI ଏବେବି ଥାନାରେ ଗ୍ରାମବାସୀ ଓ ପୁଲିସର ଭିଡ଼ ରହିଛି।ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ଅଭିଯୋଗ ଗତ ୧୫ ତାରିଖରେ ରାକେଶର ସ୍ତ୍ରୀ ନିଖୋଜ ହୋଇଥିଲେ। ଏନେଇ ସେ ୧୬ ତାରିଖରେ ସ୍ତ୍ରୀ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ଗତ ୨୨ ତାରିଖରେ ପାଟପୁର ନିକଟ କାଠଯୋଡି ନଦୀ ବାଲିରେ ପୋତାଯାଇଥିବା ଜଣେ ମହିଳାଙ୍କର ଶବ ଉଦ୍ଧାର ହୋଇଥିଲା। ପୁଲିସ୍ ଶବ ଚିହ୍ନଟ ପାଇଁ ରାକେଶ କରିଥିବା ସ୍ତ୍ରୀ ନିଖୋଜ ଅଭିଯୋଗକୁ ଆଧାର କରି ଥାନାକୁ ଡାକି ପଚରାଉଚ଼ରା କରିଥିଲା। ମୃତଦେହକୁ ଦେଖାଇ ସ୍ତ୍ରୀର ଶବକି ନାହିଁ? ଚିହ୍ନଟ କରିବା ପାଇଁ ବାରଙ୍ଗ ଥାନା ପୁଲିସ ଚଣ୍ଡୀପ୍ରସାଦ ଗ୍ରାମର ରାକେଶକୁ ଚାରିଦିନ ହେଲା ଉଠାଇ ନେଇ ଅଟକରଖି ପଚରା ଉଚରାଥିଲା। ଚାରିଦିନ ଧରି ବଳପୂର୍ବକ ତା ସ୍ତ୍ରୀର ବୋଲି ରାଜି କରାଇବାକୁ ଚେଷ୍ଟା କରିଥିଲା। ଶବଟିକୁ ଦେଖି ତା ସ୍ତ୍ରୀର ନୁହେଁ, ତା ପାଖରୁ ମିଳିଥିବା ଶାଢ଼ି, ଚୂଡି ଯାହା କିଛି ମିଳିଛି ତା’ ସ୍ତ୍ରୀ ସହିତ ମେଳ ଖାଉ ନଥିବାର ପୁଲିସକୁ ବାରମ୍ବାର କହି ସ୍ୱୀକାର କରୁ ନଥିଲା। ରାଜି ନ ହେବାରୁ ନିସ୍ତୁକ ପିଟି ଗୁରୁତର କରିଥିବା ଅଭିଯୋଗରେ ଥାନା ଘେରାଉ କରିଛନ୍ତି। ତେବେ ପ୍ରକୃତ ଘଟଣା କଣ ପୁଲସ ସ୍ପଷ୍ଟୀକରଣ ପରେ ଜଣାପଡ଼ିବ।

error: Content is protected !!