ଭୁବନେଶ୍ବର: ଟାଟା ଷ୍ଟିଲ୍, ବେଦାନ୍ତ, ଟିପିସିଓଡିଏଲ୍, ଧରମା ପୋର୍ଟ, ଆରତି ଷ୍ଟିଲ୍ ଭଳି ପ୍ରତିଷ୍ଠିତ ଶିଳ୍ପ ଏବଂ ବ୍ୟବସାୟ ଅନୁଷ୍ଠାନର କର୍ମଚାରୀଙ୍କ ନାଁରେ ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ମଞ୍ଜୁର କରାଇ ନିଜ ଆକାଉଣ୍ଟକୁ ନେଇଥିଲେ। ଏସ୍ବିଆଇରୁ ୨୮୨ଜଣ ଗ୍ରାହକଙ୍କ ନାଁରେ ୧୩.୯୨କୋଟି ଟଙ୍କାର ଋଣ ଉଠାଇଥିଲେ।ଏଭଳି ଏକ ରୢାକେଟ୍କୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଶାଖା(ଇଓଡବ୍ଲ୍ୟୁ) ଠାବ କରିଛି। ତେବେ ରୢାକେଟ୍ର ମାଷ୍ଟରମାଇଣ୍ଡ୍ ଆଉ କେହି ନୁହନ୍ତି, ଏସ୍ବିଆଇର ୩ ମହିଳା ଅଧିକାରୀଙ୍କ।ସମେତ ୪ଜଣଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି। ସେମାନେ ହେଲେ ୟୁନିଟ୍-୧ରେ ଥିବା ଏସ୍ବିଆଇ (ଆର୍ବିଓ-୨)ର ସହକାରୀ ପ୍ରବନ୍ଧକ ବୈଶାଖୀ ସାହା, ଡମଣା ବ୍ରାଞ୍ଚର ସର୍ଭିସ୍ ମ୍ୟାନେଜର ଚାରୁବାଳା ଦଣ୍ଡସେନା, ଶାଖା ପ୍ରବନ୍ଧକ ସରିତା ପାଇକରାୟ ଏବଂ ଦଲାଲ୍ ସ୍ମୃତିରଂଜନ ମହାନ୍ତି।ଗତ ୨୦୨୨ ମେ’ରୁ ୨୦୨୩ ନଭେମ୍ବର ମଧ୍ୟରେ ୩ ମହିଳା ଅଧିକାରୀ ବିଭିନ୍ନ ଶାଖା ଦାୟିତ୍ବରେ ଥିବା ସମୟରେ ସ୍ମୃତି ରଂଜନକୁ ମୋଟା ଅଙ୍କର କମିସନ୍ ଦେଇ ଜାଲ୍ କାଗଜପତ୍ର ପ୍ରସ୍ତୁତ କରିଥିଲେ। ସ୍ମୃତିରଂଜନ ଉପରୋକ୍ତ ଶିଳ୍ପାନୁଷ୍ଠାନର ୨୮୨ କର୍ମଚାରୀଙ୍କ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଦେବା ପରେ ସେମାନେ ୧୩.୯୨କୋଟି ଟଙ୍କାର ଏକ୍ସପ୍ରେସ୍ କ୍ରେଡିଲ୍ ଲୋନ୍ ଉଠାଇଥିଲେ। ଏଥିରେ ରେଳବିହାର ଶାଖାରୁ ୧୫୦ଟି, ଫର୍ଚୁନ୍ ଟାୱାର ଶାଖାରୁ ୧୧୫ଟି, ପଟିଆ ବ୍ରାଞ୍ଚରୁ ୮ଟି ଏବଂ ଡମଣା ବ୍ରାଞ୍ଚରୁ ୯ଟି ଋଣ ନେଇଥିଲେ। ତେବେ କିଛି ମାସ କିସ୍ତି ଦେବା ପରେ ବାକି ୬.୮୮ କୋଟି ଟଙ୍କା ଜମା କରିନଥିଲେ। ପରବର୍ତ୍ତୀ ସମୟରେ ଆକାଉଣ୍ଟ ଗୁଡ଼ିକୁ ଏନ୍ପିଏ ବୋଲି ମାର୍କ କରାଯାଇଥିଲା। ଏସ୍ବିଆଇ ଆର୍ବିଓର ଆଞ୍ଚଳିକ ମହାପ୍ରବନ୍ଧକ ଶିବସୁନ୍ଦର ସାହୁ ଠକେଇ ସମ୍ପର୍କରେ ଜାଣିବା ପରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏନେଇ ଇଓଡବ୍ଲ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଜାର ରିଖିଥିଲା। ଆଜି ପୁଲିସ ୩ଜଣ ମହିଳା ଅଧିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

More Stories
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |
ବହୁ ଚର୍ଚ୍ଚିତ ବାଉଁଶବେଡ଼ା ହତ୍ୟା ଓ ଘରପୋଡ଼ି ମାମଲା, ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ |