May 23, 2026

Now Odisha

Now Odisha

ଟ୍ରମ୍ପଙ୍କ କ୍ୟାବିନେଟରୁ ତୁଳସୀ ଗବାର୍ଡ ଦେଲେ ଇସ୍ତଫା , ହଠାତ୍ କାହିଁକି ନେଲେ ଏମିତି ନିଷ୍ପତ୍ତି ?

Spread the love

ନୂଆଦିଲ୍ଲୀ : ଇସ୍ତଫା ଦେଲେ ତୁଳସୀ ଗବାର୍ଡ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ସେ ଦେଇଛନ୍ତି ଇସ୍ତଫା। ଏହି ସୂଚନା ଫକ୍ସ ନ୍ୟୁଜ ଡିଜିଟାଲର ଏକ ରିପୋର୍ଟରେ ଦିଆଯାଇଛି , ଯେଉଁଥିରେ ତାଙ୍କ ଇସ୍ତଫା ପତ୍ର ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ , ଗବାର୍ଡ ଶୁକ୍ରବାର ଓଭଲ ଅଫିସରେ ହୋଇଥିବା ବୈଠକ ବେଳେ ଟ୍ରମ୍ପଙ୍କୁ ନିଜର ପଦ ଛାଡ଼ିବାର ନିଷ୍ପତ୍ତି ବିଷୟରେ ଅବଗତ କରାଇ ଥିଲେ।

ତାଙ୍କର ଇସ୍ତଫା ୩୦ ଜୁନରୁ ପ୍ରଭାବୀ ହେବ।

ତୁଳସୀ ଗବାର୍ଡ ନିଜର ଇସ୍ତଫା ପତ୍ରରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମ୍ୱୋଧିତ କରି କହିଛନ୍ତି , ସେ ତାଙ୍କ ଦ୍ୱାରା କରାଯାଇ ଥିବା ଭରସା ଓ ଗତ ଦେଢ ବର୍ଷ ଯାଏ ରାଷ୍ଟ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟର ନେତୃତ୍ୱ ନେବାର ଅବସର ପାଇଁ କୃତଜ୍ଞ। ଫକ୍ସ ନ୍ୟୁଜ୍ ଡିଜିଟାଲର ରିପୋର୍ଟ ମୁତାବିକ , ଗବାର୍ଡ ତାଙ୍କ ଇସ୍ତଫାର କାରଣ ,ତାଙ୍କ ସ୍ୱାମୀଙ୍କ ନିକଟରେ ହୋଇଥିବା ବୋନ୍ କ୍ୟାନସରକୁ ଦର୍ଶାଇଛନ୍ତି।ତୁଳସ ଗବାର୍ଡଙ୍କର ଜନ୍ମ ୧୨ ଏପ୍ରିଲ ୧୯୮୧ରେ ଆମେରିକାର ସମୋଆରେ ହୋଇଥିଲା। ସେ ହୱାଇରୁ ଆମେରିକୀୟ ପ୍ରତିନିଧି ସଭାରେ ୪ ଥର ସାଂସଦ ଭାବେ କାମ କରିଛନ୍ତି। ପରେ ସେ ଡିମୋକ୍ରେଟିକ ପାର୍ଟି ଛାଡ଼ି ଦେଇଥିଲେ ଏବଂ ୨୦୨୪ର ଆମେରିକୀୟ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ କରିଥିଲେ। ଏହାପରେ ତାଙ୍କୁ ୨୦୨୫ରେ ଆମେରିକାର ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ କରାଯାଇ ଥିଲା। ତୁଳସୀ ଗବାର୍ଡଙ୍କ ଭାରତ ସହ ସିଧା ସଳଖ ପାରିବାରିକ ସଂପର୍କ ନାହିଁ , କାରଣ ସେ ଭାରତୀୟ ବଂଶୋଦ୍ଭବ ନୁହଁନ୍ତି। ହେଲେ ତାଙ୍କର ହିନ୍ଦୁ ଧର୍ମ ଓ ଭାରତୀୟ ସଂସ୍କୃତି ପ୍ରତି ଗଭୀର ସଂପର୍କ ରହିଛି। ତାଙ୍କ ମାଆ ହିନ୍ଦୁ ଧର୍ମରେ ପ୍ରଭାବିତ ଥିଲେ ଏବଂ ସେ ନିଜର ସବୁ ପିଲାଙ୍କ ସଂସ୍କୃତ ନାଁ ଦେଇଛନ୍ତି। ତୁଳସୀ ନାଁ ହିନ୍ଦୁ ଧର୍ମର ପବିତ୍ର ଗଛର ସହ ଜଡ଼ିତ।

error: Content is protected !!