ଏହି ନିର୍ଦ୍ଦେଶ ଗ୍ରିଡ୍କୋ, ଓପିଟିସିଏଲ, ଓଏଚ୍ପିସି, ଓପିଜିସି, ଟିପିସିଓଡିଏଲ, ଟିପିଏନଓଡିଏଲ, ଟିପିଏସଓଡିଏଲ ଏବଂ ଟିପିଡବ୍ଲ୍ୟୁଓଡିଏଲ ସମେତ ରାଜ୍ୟର ସମସ୍ତ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ କ୍ଷେତ୍ରରେ ଲାଗୁ ଭୁବନେଶ୍ୱର,୨୨/୦୫/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ରେ ବିଦ୍ୟୁତ୍ କର୍ମଚାରୀମାନେ ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି।
ଗତକାଲି ବିଦ୍ୟୁତ୍ କର୍ମଚାରୀମାନେ ମହମବତୀ ଶୋଭାଦାତ୍ରା କରିଥିଲେ । ଏହି ସମୟରେ ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା(ଏସେନ୍ସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ) ଲାଗୁ କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଗୃହବିଭାଗ ସ୍ବତନ୍ତ୍ର ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟର ଶିଳ୍ପ ଶାନ୍ତି ବଜାୟ ରଖିବା ଏବଂ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣକୁ ସର୍ବୋତ୍ତମ ସ୍ତର ବଜାୟ ରଖିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଦ୍ଦେଶ ଗ୍ରିଡ୍କୋ, ଓପିଟିସିଏଲ, ଓଏଚ୍ପିସି, ଓପିଜିସି, ଟିପିସିଓଡିଏଲ, ଟିପିଏନଓଡିଏଲ, ଟିପିଏସଓଡିଏଲ ଏବଂ ଟିପିଡବ୍ଲ୍ୟୁଓଡିଏଲ ସମେତ ରାଜ୍ୟର ସମସ୍ତ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ କ୍ଷେତ୍ରରେ ଲାଗୁ କରାଯିବ। ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଓଡ଼ିଶା ଏସେନ୍ସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ-୧୯୮୮ର ଧାରା ୨(ବି) ଅନୁଯାୟୀ, ଏହି ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ କର୍ମଚାରୀମାନେ ଆସନ୍ତା ୬ମାସ ମଧ୍ୟରେ କାର୍ୟ୍ୟ ବନ୍ଦ କିମ୍ବା ସାମୂହିକ ଭାବେ କାର୍ୟ୍ୟ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । ଏହି ନିଷେଧାଦେଶ ମେ’ ୨୧ ତାରିଖରୁ ପରବର୍ତ୍ତୀ ୬ ମାସ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ବତନ୍ତ୍ର ସଚିବ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି