ଜଗତସିଂହପୁର: ତେଲ ସଙ୍କଟ ସମୟରେ ନଷ୍ଟ ହୋଇଯାଇଛି ବିପୁଳ ପରିମାଣର ତେଲ। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ତେଲ ପାଇପ ଲାଇନ୍ ଫାଟିଯିବା ଫଳରେ ବିପୁଳ ପରିମାଣର ପେଟ୍ରୋଲ ବୋହି ଯାଇଛି। ଖବର ପାଇ ବନ୍ଦର ସିଆଇଏସ୍ଏଫ୍, ଆଇଓସିଏଲ୍ ଅଗ୍ନିଶମ ବାହିନୀ ଅଙ୍ଗାରକାମ୍ଳ ଫେଣଯୁକ୍ତ ପାଣି ମାରିବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।
କିନ୍ତୁ ବହୁ ପରିମାଣର ପେଟ୍ରୋଲ ବୋହି ଯାଇଥିବାରୁ ଅଗ୍ନିକାଣ୍ଡ ଏଡ଼ାଇବାକୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି।ମିଳିଥିବା ସୂଚନା ମୁତାବକ, ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରୁ ପାଇପ୍ ଯୋଗେ ଆଇଓସିଏଲର ତୈଳ ଟର୍ମିନାଲ୍କୁ ତେଲ ଯାଉଥିଲା। ଅଧିକ ଚାପ ପଡ଼ିବା ଯୋଗୁ ପାଇପ୍ ଫାଟି ଯାଇଥିବା ଅନୁମାନ କରାଯାଉଛି। ଏ ନେଇ ଆଇଓସିଏଲ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି