ଓଡ଼ିଶାବାସୀ ଏପରି ମନସ୍ଥ କରିଛନ୍ତି


ଓଡ଼ିଶାବାସୀ ଏପରି ମନସ୍ଥ କରିଛନ୍ତି । ଯାହାକୁ ଖୋରାକ୍ ଯୋଗାଇଛି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ । ୨୦୨୨ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ବିଜେଡି ଦଖଲ କରିଛି । ଏହାକୁ ନଜରରେ ରଖି ଆଗାମୀ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ିବା ପାଇଁ ଏଯାଏଁ ୧୦ ହଜାରରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜାତୀୟ ଦଳର ନେତା ଓ ବହୁ ପେସାଦାର ବ୍ୟକ୍ତି ବିଶେଷ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆ ଏକ୍ସରେ ଏହା ଲେଖିଛନ୍ତି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜେଡି ଆଗାମୀ ନିର୍ବାଚନରେ ଐତିହାସିକ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଦଳ କହିଛି ।ଅନ୍ୟପଟେ ଦୁଇ ଜାତୀୟ ଦଳ ବିଜେଡିରୁ ବିଦା ହୋଇଥିବା ଜନ ବିରୋଧୀ ନେତାଙ୍କୁ ନିଜ ଦଳରେ ସାମିଲ କରି ପ୍ରାର୍ଥୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଜନବିରୋଧୀ ନେତାଙ୍କୁ ନେଇ ବିରୋଧୀ କୌଣସି ଫାଇଦା ପାଇବେ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।


error: Content is protected !!