ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିରେ ବର୍ଷ ବର୍ଷ ଧରି ବସତି ସ୍ଥାପନ କରି ଆସୁଥିବା ସେବକ, ନିଯୋଗ ଏପରିକି ମଠ ଗୁଡିକୁ ଭୁସମ୍ପତିଗତ ଅଧିକାର ଦେବା ପାଇଁ ତୃତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି Iଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିରେ ଦୀର୍ଘଦିନ ହେବ ବସବାସ କରୁଥିବା ସେବକ, ନିଯୋଗ, ଏବଂ ମଠଗୁଡ଼ିକୁ କିପରି ସଠିକ୍ ବନ୍ଦୋବସ୍ତ କରାଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା । ଏହି ପ୍ରକ୍ରିୟା ଫଳରେ ଦୀର୍ଘଦିନ ଧରି ବସବାସ କରୁଥିବା ସେବକ-ନିଯୋଗମାନେ ବସବାସ କରୁଥିବା ଜମିରେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ । ଏହି ବ୍ୟବସ୍ଥା କାର୍ଯ୍ୟକାରି ହେଲେ ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ବ୍ୟବସ୍ଥାରେ ସଂସ୍କାର ଆସିବା ସହିତ ଅନେକ ସେବାୟତ, ନିଯୋଗ ଏବଂ ମଠ ଆଦି ଉପକୃତ ହୋଇ ପାରିବେ I ଏଥି ସହିତ ଏହି ସଂସ୍କାର ଦ୍ୱାରା ଆଦାୟ ରାଜସ୍ବ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପାଣ୍ଠିକୁ ଆସିପାରିବା ନେଇ ଆଲୋଚନା ହୋଇଥିଲା I
ଏହି ବୈଠକରେ ଲ’ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

More Stories
ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ |
ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଶିକ୍ଷକ ପଦୋନ୍ନତି ଦୁର୍ନୀତି ମାମଲା |