ଲାଞ୍ଜିଗଡ ୩/୬ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ ମୃତ୍ୟୁ ଘଟୁଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସ୍ୱତେ ମଧ୍ୟ ଦୁର୍ଗମ ତଥା ଗ୍ରାମାଞ୍ଚଳ ମାନଙ୍କରେ ଆବଶ୍ୟକ କର୍ମ ନିଯୁକ୍ତି ପହଞ୍ଚିପାରୁନି ଯାହାଫଳରେ ପେଟ ପାଟଣା ତଥା ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଅନେକ ଯୁବଙ୍କ ମୃତ୍ୟୁ ଘଟୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୁଣି କେରଳରୁ ଜଣେ ଶ୍ରମିକଙ୍କ ଶବ ନିଜ ଭିଟାମାଟିକୁ ପହଞ୍ଚିଛି l ମୃତ ଦାଦନ ଶ୍ରମିକ ଜଣକ ଲାଞ୍ଜିଗଡ ବ୍ଲକ ପାହାଡ଼ ପଦର ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜାମ ଗାଁର ସନାଙ୍ଗ ମାଝୀଙ୍କ ପୁଅ ବିସ୍ମ ମାଝୀ (୨୯)ଅଟେ I ସୂଚନାନୁସାରେ ମୃତ ଵିସ୍ମ କିଛି ମାସ ପୂର୍ବେ ଗାଁର କିଛି ଲୋକଙ୍କ ସହିତ ମିଶି ପରିବାର ପ୍ରତିପୋଷଣ କରିବା ପାଇଁ କେରଳକୁ ଯାଇଥିଲେ I କେରଳର ତ୍ରିଶୂର ଠାରେ ଏକ କ୍ରସରରେ କାମ କରୁଥିଲେ I ହେଲେ ଗତ ୩୧ ତାରିଖ ରବିବାର ଦିନ କୌଣସି କାରଣ ବଶତଃ ତାଙ୍କ ମୃତ୍ୟୁ ହୋଇଥିଲା I କେରଳରୁ ଆମ୍ବୁଲାନସ ଯୋଗେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମୃତ ଦେହ ପୁଞ୍ଜାମ ଗାଁକୁ ପହଞ୍ଚିଥିବା ବେଳେ କାନ୍ଦ ବୋବାଳୀରେ ଗାଁ ଦାଣ୍ଡ ଫାଟିପଡିଥିଲା l ମୃତ ଵିସ୍ମ ପରିବାରର ଏକ ମାତ୍ର ରୋଜଗାର କ୍ଷମ ହୋଇଥିବା ବେଳେ ତାଙ୍କର ଏକ ୩ବର୍ଷର ସନ୍ତାନ ଶହ ସ୍ତ୍ରୀ ଏବଂ ବୃଦ୍ଧ ପିତାମତା ରହିଛନ୍ତି l ତେଵେ ରୋଜଗାରିଆ ପୁଅକୁ ହରାଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ ବୁଧବାର ଶୋକାକୁଳ ପରିବେଶରେ ଗାଁ ମସାଣିରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି I ଏ ନେଇ ଅତିରିକ୍ତ ଶ୍ରମ ଅଧିକାରୀ ଜିତମ ମାଝୀଙ୍କୁ ପଚାରିବାରୁ ଆମକୁ ଏ ବିଷୟରେ କେହି ସୂଚନା ଦେଇନାହାନ୍ତି ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି ସରକାରଙ୍କ ପ୍ରକ୍ରିୟା ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଥିଲେ I

More Stories
ଭାଜପାରେ ମିଶିବା ଚର୍ଚ୍ଚା ଭିତରେ ବଡ଼ କଥା କହିଦେଲେ ବିକ୍ରମ ଆରୁଖ, ‘ବିଜେଡିରେ..’
୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି
ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ