ଶ୍ରମିକଙ୍କ ଅଧୁକାର ଏବଂ ମାନବୀୟ ମର୍ଯ୍ୟାଦା ସୁରକ୍ଷା ସମ୍ବନ୍ଧୀୟ ଏକ ଗୁରୁତ୍ଵପୂର୍ଣ ଘଟଣାରେ, ଜାତୀୟ ମାନବ ଅଧୁକାର ଆୟୋଗ (NHRC), ନୂଆଦିଲ୍ଲୀ, କଳାହାଣ୍ଡି ଜିଲ୍ଲାରେ ସେପ୍ଟି ଟାଙ୍କିର ସେଣ୍ଡ୍ରିଙ୍ଗ ଖୋଳିବା କାର୍ଯ୍ୟ ସମୟରେ ୬ ଜଣ କର୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ ନ୍ୟାସନାଲ ଆଲିଏନ୍ ଅଫ୍ ଇଣ୍ଡ଼ିପେଣ୍ଡେଣ୍ଟ ଲେବର ୟୁନିଅନ୍ସ୍ (NAILU) ର ଜାତୀୟ ସଂଯୋଜକ ରକ୍ଷାକର ଅନୁପମଙ୍କ ଦ୍ବାରା ଦାଖଲ ପିଟିସନ୍ ଉପରେ ସଂଜ୍ଞାନ ଗ୍ରହଣ କରିଛନ୍ତି ।
ନାଇଲୁ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ବିଚାର କରି ମାନବାଧୁକାର ଆୟୋଗ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ(ATR) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୨୭ ମେ ୨୦୨୬ ତାରିଖରେ ଓଡ଼ିଶାର ବିଭିନ୍ନ ଦୈନିକ ଖବର କାଗଜରେ ପ୍ରକାଶିତ ଆଧାରରେ ଏହି ପିଟିସନ୍ ଦାଖଲ କରାଯାଇଥିଲା । ଖବର ଅନୁଯାୟୀ, ବିଷାକ୍ତ ଗ୍ୟାସରେ ପରିପୂର୍ଣ ଏକ ସେପ୍ସି ଟାଙ୍କି ଭିତରକୁ ପ୍ରବେଶ କରିଥିବା ୬ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଜଣେ ଚେତାଶୂନ୍ୟ ହୋଇଥିଲେ ।
ଅଭିଯୋଗର ବିଚାର ପରେ ଆୟୋଗ ମତ ପ୍ରକାଶ କରିଛନ୍ତି ଯେ ଏହି ଘଟଣା ଗୁରୁତର ମାନବାଧୂକାର ଉଲଂଘନର ସୂଚନା ଦେଉଛି ଏବଂ ଦେଶରେ ଏପର୍ଯ୍ୟନ୍ତ ବିପଦଜନକ ହାତରେ ସଫେଇ ପ୍ରଥା ଚାଲିଥୁବା ଚିନ୍ତାଜନକ ବଷୟ ଅଟେ ।
ଆୟୋଗ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ପୁନଃପୁନି ଦିର୍ଦ୍ଦେଶ ସତ୍ତ୍ବେ ମାନୁଆଲ୍ ସ୍କାଭେଲିଂ ଏବଂ ବିପଦଜନକ ସେପ୍ଟି ଟ୍ୟାଙ୍କ ସଫେଇ ପ୍ରଥା ଅନେକ ଶ୍ରମିକଙ୍କ ଜୀବନ ନେଉଛି, ଯାହା ଭାରତୀୟ ସମ୍ବାଧାନର ଅନୁଚ୍ଛେଦ- ୨୧ ଅନୁଯାୟୀ ନିଶ୍ଚିତ “ଜୀବନର ଅଧିକାର” ଓ “ ମର୍ଯ୍ୟାଦା ସହିତ ବଞ୍ଚିବାର ଅଧିକାର”ର ଉଲଂଘନ ଅଟେ ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖ୍ ନାଇଲୁ ର ଜାତୀୟ ସଂଯୋଜକ ରକ୍ଷାକର ଅନୁପମ କହିଛନ୍ତି: ଏହା କେବଳ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ନୁହେଁ, ଏହା ସେହି ସ୍ଵଚ୍ଛତା କର୍ମୀମାନଙ୍କ ପ୍ରତି ଦୀର୍ଘଦିନର ଅବହେଳାର ପ୍ରତୀକ, ଯେଉଁମାନେ ସମାଜର ସବୁଠାରୁ ଆବଶ୍ୟକୀୟ ସେବା ଯୋଗାଇବା ପାଇଁ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଉଛନ୍ତି । ଯଥେଷ୍ଟ ସୁରକ୍ଷା ସାମଗ୍ରୀ, ଯାନ୍ତ୍ରିକ ବ୍ୟବସ୍ଥା ଓ ଆଇନଗତ ସୁରକ୍ଷା ବିନା କୌଣସି ଶ୍ରମିକଙ୍କୁ ବିଷାକ୍ତ ସେପ୍ଟି ଟ୍ୟାଙ୍କ ଭିତରକୁ ପଠାଯିବା ଉଚିତ ନୁହେଁ ।
ପିଟିସନ୍ରେ ନିମ୍ନଲିଖୁତ ଗୁରୁତର ବିଷୟଗୁଡ଼ିକ ଉଠାଯାଇଛି: ସମ୍ବିଧାନର ଅନୁଚ୍ଛେଦ-୨୧ ଅନୁଯାୟୀ ଜୀବନ ଓ ମର୍ଯ୍ୟାଦାର ଅଧୁକାରର ଉଙ୍ଗ୍ଲଘନ; ଶ୍ରମିକ ସୁରକ୍ଷା ଓ କଲ୍ୟାଣ ସମ୍ବନ୍ଧୀୟ ଆଇନଗତ ଦାୟିତ୍ବର ଅବହେଳା; ମାନୁଆଲ୍ ସ୍କାଭେଞ୍ଜର ନିଯୁକ୍ତି ନିଷେଧ ଓ ପୁନର୍ବାସ ଆଇନ, ୨୦୧୩ ର ସମ୍ଭାବ୍ୟ ଉଲଂଘନ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନରେ ବିଫଳତା; ସୁରକ୍ଷା ସାମଗ୍ରୀ, ଗ୍ୟାସ ଡ଼ିଟେକ୍ଟନ୍ ବ୍ୟବସ୍ଥା, ଆପାତକାଳୀନ ଉଦ୍ଧାର ବ୍ୟବସ୍ଥା ଓ ଯାନ୍ତ୍ରିକ ସଫେଇ ପ୍ରଣାଳୀର ଅଭାବ; ନାଇଲୁ ଦାବି କରିଛି ଯେ ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ପୁନର୍ବାସ, ଏବଂ ବିପଦଜନକ ସେପ୍ଟି ଟାଙ୍କି ସଫେଇ ପ୍ରଥାକୁ ସମ୍ପୂର୍ଣ ଭାବେ ନିଷିଦ୍ଧ କରାଯାଉ ।
ସଂଗଠନ ଆହୁରି କହିଛି ଯେ ସ୍ୱଚ୍ଛତା କର୍ମୀମାନେ ମର୍ଯ୍ୟାଦା, ସାମାଜିକ ସୁରକ୍ଷା, ବୀମା ସୁବିଧା, ସୁରକ୍ଷା ପ୍ରଶିକ୍ଷଣ ଓ ଆଧୁନିକ ଯାନ୍ତ୍ରୀକ ବିକଳ୍ପ ପାଇବାର ଅଧିକାର ।
ଶେଷରେ ଶ୍ରୀ ଅନୁପମ କହିଛନ୍ତି ଜଣେ ସ୍ବଚ୍ଛତା କର୍ମୀଙ୍କ ମୃତ୍ୟୁ କେବଳ ଏକ ଦୁର୍ଘଟଣା ନୁହେଁ; ଏହା ସମ୍ବିଧାନିକ ନୈତିକତା ଓ ଆମ ସାମୂହିକ ମାନବିକ ବିବେକର ପରୀକ୍ଷା ସମାଜକୁ ପରିଷ୍କାର ରଖୁଥିବା ଲୋକମାନଙ୍କୁ ସମାଜ କେବେବି ପରିତ୍ୟାଗ କରିବା ଉଚିତ ନୁହେଁ ।

More Stories
ହସ୍ପିଟାଲ ଆଇସିୟୁରେ ନିଆଁ ଲାଗି ୪ ମୃତ |
କେରଳମ୍ ଛୁଇଁଲା ମୌସୁମୀ |
ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ |