କେନ୍ଦ୍ରାପଡ଼ା, ୦୪/୦୬: ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ। ଆଳି ଓ ରାଜକନିକାର ୪ ଯୁବକ ଥାଇଲାଣ୍ଡରେ ଫସି ରହିଛନ୍ତି। ୩ ମାସ ହେଲାଣି ଦରମା ମିଳି ନଥିବା ନେଇ ଅଭିଯୋଗ।କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକାର ୪ ଯୁବକ ବର୍ଷେ ତଳେ ପ୍ଲାଏଉଡ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ଗତ ୩-୪ ମାସ ହେବ ଦରମା ନଦେଇ ଓଲଟା ପୋଲିସର ଧମକ ଦେଉଛନ୍ତି କମ୍ପାନୀ ମାଲିକ। ପାଖରେ ଟଙ୍କା ନଥିବାରୁ ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରମିକମାନେ ଗୁହାରି କରିଛନ୍ତି। ଓଡ଼ିଶା ସରକାରଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ଶ୍ରମିକ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍