କେନ୍ଦ୍ରାପଡ଼ା, ୦୪/୦୬: ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ। ଆଳି ଓ ରାଜକନିକାର ୪ ଯୁବକ ଥାଇଲାଣ୍ଡରେ ଫସି ରହିଛନ୍ତି। ୩ ମାସ ହେଲାଣି ଦରମା ମିଳି ନଥିବା ନେଇ ଅଭିଯୋଗ।କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକାର ୪ ଯୁବକ ବର୍ଷେ ତଳେ ପ୍ଲାଏଉଡ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ଗତ ୩-୪ ମାସ ହେବ ଦରମା ନଦେଇ ଓଲଟା ପୋଲିସର ଧମକ ଦେଉଛନ୍ତି କମ୍ପାନୀ ମାଲିକ। ପାଖରେ ଟଙ୍କା ନଥିବାରୁ ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରମିକମାନେ ଗୁହାରି କରିଛନ୍ତି। ଓଡ଼ିଶା ସରକାରଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ଶ୍ରମିକ।
More Stories
ହାତୀ କରିଡରରେ ଓହଳିଛି ବିଦ୍ୟୁତ ତାର: ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ, ବଢୁଛି ଚିନ୍ତା ।
ସରକାରଙ୍କ ବଡ଼ ଘୋଷଣା! ଦୀପାବଳିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେମିତି ଉଠାଇବେ ଲାଭ ।
ଟାଇଗର ଶ୍ରଫ ନୁହେଁ ଏହି ସେଲିବ୍ରିଟି ଥିଲେ ଟାର୍ଗେଟରେ…ଗୁଳିମାଡ଼ ମାମଲାରେ ଚାଞ୍ଚଲ୍ୟକର ଖୁଲାସା