ଗଞ୍ଜାମ ଜିଲା ପାଟପୁର ଥାନା ଏଏସଆଇ ସୁଧୀର ନାୟକ ଶୁକ୍ରବାର ବ୍ରହ୍ମପୁର ବଡ ବଜାର ଥାନା ଜଗନ୍ନାଥ ବିହାର ୭ ମ ଲେନର ଗାଡ଼ି ଚାଳକ ପ୍ରଦୀପ ମହାନ୍ତି(୩୧) ଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ ଚାଲାଣ କରିଛନ୍ତି।
ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର – ପ୍ରତାପଗିରି ଗ୍ରାମ ଛକ ପୋଖରୀ ନିକଟ ବୁଲାଣି ରାସ୍ତାରେ ବୁଧବାର ବିଳମ୍ବିତ ରାତି ପ୍ରାୟ ୧ ଟାରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇୱା ଟ୍ରକ୍ (ନଂ.
ଓଡ଼ି୦୨ ଡିକେ -୧୭୧୨) ଏକ ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେବାରୁ ପ୍ରତାପଗିରି ଗ୍ରାମର ବିଜି ଓରଫ ବିଜୟ ଗୌଡ଼(୫୫) ଏବଂ ନାଥ ଜେନା(୬୦) ୨ ଜଣ ଚାଷୀ ମୃତ୍ୟୁବରଣ କରିଥିଲେ। ହାଇୱା ଚାଳକ ପ୍ରଦୀପ ଫେରାର ଥିଲେ। ଏପରିକି ଦୁର୍ଘଟଣାରେ ଶଗଡ଼ ଟାଣୁ ଥିବା ୨ ପୋଢ଼ ଆହାତ ହୋଇଥିଲେ। ସେଥିରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଗୋଟିଏ ପୋଢ଼କୁ ରାସ୍ତାକଡ ଜମିରେ ମାଟି ଖୋଳି ପୋତି ଦିଆଯାଇଥିଲା। ତଦନ୍ତକାରୀ ଅଧିକାରୀ ସୁଧୀର ନାୟକ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଛନ୍ତି।

More Stories
ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ |
ରାସ୍ତା ମଝିରେ ଜଳିଗଲା କାର |
୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ |