ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନଗାଡ଼ିଆ ଗ୍ରାମର ୧୧ ବର୍ଷୀୟ ନାବାଳିକା ଶିଶୁକନ୍ୟା ଗାଁ ଦୋକାନକୁ ଆଳୁ କିଣିବାକୁ ଯାଇଥିବା ବେଳେ।ଫେରିବା ବାଟରେ ସେଇ ଗ୍ରାମର କିଛି ଯୁବକ ସମ୍ପୃକ୍ତ ନାବାଳିକା ଶିଶୁକନ୍ୟାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ନିସ୍ତୁପ ମାଡ଼ ମାରିବା ସାଙ୍ଗେ ସାଙ୍ଗେ ଅତି ଅମାନୁଷିକ ଭାବରେ ବଳାତ୍କାର କରିବା ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ।ସମ୍ପୃକ୍ତ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୩୦,୦୦୦,୦୦ (ତିରିଶି ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଗତ 28/01/2024 ରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର ୧୪୯୧/୨୦୨୪ ରେ କେଶ ଦାଏର କରିଥିଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର ଜାତୀୟ ମାନବ ଅଧିକାର କମିଶନ ଆଜି ବିଚାରକରି ଓଡିଶା ରାଜ୍ୟ ମାନବ ଅଧିକାର କମିଶନଙ୍କୁ ଟୋଟାଲ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି |


error: Content is protected !!