କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବିଦେଶୀ ମଦ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ସୋମବାର ପୁରୁଣାଘାଟି ଗ୍ରାମର ସନାତନ ହୋଙ୍କ ପୁଅ ତପନ ହୋକୁ ଅଟକ ରଖିଛି। ତାଙ୍କ ଠାରୁ ମୋଟ ୧୫ ଲିଟର ୧୫୦ ମିଲି ବିଦେଶୀ ମଦ ଜବତ କରାଯାଇଛି। ଏଥିସହ ଅଭିଯୁକ୍ତ ତପନ ବିରୋଧରେ ମାମଲା ନମ୍ବର ୧୭୪/୨୦୨୬ ପଞ୍ଜିକରଣ କରାଯାଇଛି। ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା । ସୂଚନା ପାଇ ପୋଲିସ ଅତର୍କିତ ଚଢ଼ାଉ କରିଥିଲା । ଅଭିଯୁକ୍ତ ପୋଲିସ କବଳରୁ ଫେରାର୍ ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଖସି ପାରିନଥିଲେ। ଆନନ୍ଦପୁର ଉପଖଣ୍ଡରେ ନିଶା ମାଫିଆଙ୍କ ସାମ୍ରାଜ୍ୟ ବଢୁଥିବା ବେଳେ ଏସଡିପିଓ ପଣ୍ଡାଙ୍କ କାର୍ଯ୍ୟାନୁଷ୍ଠାନ ମାଫିଆଙ୍କ ସାମ୍ରାଜ୍ୟକୁ ଭାଙ୍ଗିବାରେ ଲାଗିଛି l ନିକଟ ଅତୀତରେ ବହୁ ସଂଖ୍ୟାରେ ମଦ, ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଥିଲା।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!