ଲୋକସଭା ନିର୍ବାଚନକୁ ନେଇ ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତେଲେଙ୍ଗାନା ସମେତ ଅନ୍ୟ କିଛି ରାଜ୍ୟର ପାଖାପାଖି ୧୦୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ସୋମବାର ଦିଲ୍ଲୀ ମୁଖ୍ୟାଳୟରେ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ସମସ୍ତ ନାଁ ଉପରେ ଚୂଡାନ୍ତ ମୋହର ମାରି ସାରିଥିବା ବେଳେ କେବଳ ଘୋଷଣା ବାକି ଅଛି । ବିହାର, ତାମିଲନାଡୁ ସମେତ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ତୃତୀୟ ପର୍ଯ୍ୟାୟରେ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ମାର୍ଚ୍ଚ ୨ରେ ପ୍ରଥମ ପର୍ଯ୍ୟାୟରେ ଦଳ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ୧୬ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଥିଲା । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ୩୦୦ରୁ ଅଧିକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହିତ ଦଳ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଥିବା ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ