– ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍କୁ ବ୍ରାଜିଲ ୧-୧ ଗୋଲ୍ରେ ଡ୍ର’ ରଖିଛି। ଏହି ମ୍ୟାଚ୍ରେ ମରକୋ ବିଶ୍ୱକପ୍ ଇତିହାସର ପ୍ରଥମ ଦଳ ଭାବେ ଷ୍ଟାର୍ଟିଂ ଇଲେଭେନରେ ଦେଶ ବାହାରେ ଜନ୍ମ ହୋଇଥିବା ଖେଳାଳିଙ୍କୁ ସାମିଲ କରିଥିଲା।
୭୫ ହଜାର ଦର୍ଶକଙ୍କ ସମ୍ମୁଖରେ ଖେଳାଯାଇଥିବା ଗ୍ରୁପ୍-ସି’ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ମରକୋ ପାଇଁ ୨୧ତମ ମିନିଟ୍ରେ ଇସ୍ମାଏଲ ସାଇବାରି ଗୋଲ ସ୍କୋର କରିଥିଲେ। ଏହାର ୧୧ ମିନିଟ୍ ପରେ ବ୍ରୁନୋ ଗୁଇମାରେସଙ୍କଠାରୁ ପାଇଥିବା ପାସକୁ ଭିନିସିଅସ ଗୋଲରେ ପରିଣତ କରିଥିଲେ। ଏହା ବ୍ରାଜିଲ ପାଇଁ ଭିନିସିଅସଙ୍କ ୫୦ତମ ଗୋଲ ଥିଲା।
ଦଳର ଷ୍ଟାର ଖେଳାଳି ଜୁନିୟର ନେମାର ଆହତ ସମସ୍ୟା କାରଣରୁ ଉପଲବ୍ଧ ନ ଥିଲେ। ପଏଣ୍ଟ ଭାଗ ଭାଗ ହେବାରୁ ମରକୋ ଦ୍ୱିତୀୟ ଓ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି। ସେହିଭଳି କାତାର ଓ ସୁଇଜରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍-ବି’ ମ୍ୟାଚ୍ ଡ୍ର’ ଭାବେ ଶେଷ ହୋଇଛି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର