: ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଗରଡ଼ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୋବିଲି, ବାଲିକୁଡ଼ି ଓ ଗରଡ଼ମା ଗ୍ରାମ ନିକଟସ୍ଥ ଜଙ୍ଗଲରେ। ବିଶେଷ ସୂତ୍ରରୁ ଅଡବା ପୋଲିସ ଖବର ପାଇ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି କରାଯାଉଥିବା ସ୍ଥାନ ଗୁଡ଼ିକ ରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ମହୁଲି ପୋଚ,୧୫୦ ଲିଟର ମହୁଲି ମଦ ସହ ପ୍ରସ୍ତୁତିରେ ବ୍ୟବହୃତ ଚୁଲ୍ଲା, ବାସନ ପାତ୍ର ସହ ବିଭିନ୍ନ ସାମଗ୍ରୀ ନଷ୍ଟ କରାଯାଇଥିଲା। ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରୟକୁ ରୋକିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟି କୁ ନେଇ ଚଢ଼ାଉ ଆଗାମୀ ଦିନରେ ଜାରି ରହିବ ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ବିଶୋୟୀ କହିଛନ୍ତି ।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର