ଆଜି ପ୍ରଥମ ରଜ ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ରହିଥିବା ବେଳେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକମାନେ ଲକ୍ଷ୍ମଣ ସନଙ୍ଗି ଓ ବିଛି ସନଙ୍ଗି ବୋଲି ଜଣା ପଡ଼ିଛି। ସେମାନଙ୍କ ଘର ସ୍ଥାନୀୟ କୁଆଁର ଗ୍ରଣର ବୋଲି ଜଣାପଡ଼ିଛି। ମାତ୍ର ୨ ଶହ ମିଟର ଭିତରେ ୨ଘଣ୍ଟା ବ୍ୟବଧାନରେ ୨ଟି ଦୁର୍ଘଟଣା ହୋଇଛି । ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ସେମାନେ ଦୁଇ ଭାଇ ଏକ ବାଇକରେ ରଜ ଉତ୍ସବ ଦେଖିବାକୁ ଯାଇ ବାୟାପଣ୍ଡାଧାର ଆଡୁ ନିଜ ଗ୍ରାମ କୁଆଁରକୁ ଫେରୁଥିବା ବେଳେ କଲୋନୀ ଛକ ନିକଟରେ ଏକ ଅଜଣା ଲାଇନ୍ ଟ୍ରକ୍ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣା ସ୍ଥଳରେ ବାଇକ୍ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି। କାଞ୍ଜିପାଣି ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇଦେଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି।
ସେହିପରି ଅପରାହ୍ନ ପ୍ରାୟ ୩ ବେଳେ ଉକ୍ତ ସ୍ଥାନ ଠାରୁ ମାତ୍ର ଅଳ୍ପ ଦୂରରେ ମଙ୍ଗଳା ମନ୍ଦିର ଛକ ନିକଟରେ ଆଉ ଏକ ବାଇକକୁ ଏକ ଲାଇନ୍ ଟ୍ରକ୍ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ତିନି ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳି ନ ଥିଲେ ହେଁ ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡ଼ିଛି। ଦୁର୍ଘଟଣା ପରେ ଏନଏଚ ୪୯ ରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକଙ୍କ ସମାଗମ ଯୋଗୁଁ ଅଦ୍ୟାବଧି ଯାତାୟାତ ବନ୍ଦ ରହିଛି । ପୋଲିସ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ଜାରି ରଖିଛି ।

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ