June 14, 2026

Now Odisha

Now Odisha

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

Spread the love

: ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ। ଫଳରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ ଘଟିଛି। ମୃତକ ହେଲେ କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମର ରବୀନ୍ଦ୍ର ନାୟକ(୨୫)। ରବୀନ୍ଦ୍ର ପାଣ୍ଡରାସିଂହା ଛକରେ ବାଇକ୍‌ ଗ୍ୟାରେଜ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ରବିବାର ସନ୍ଧ୍ୟାରେ ରବୀନ୍ଦ୍ର ଗ୍ୟାରେଜରେ ବସିଥିଲେ। ସେତିକିବେଳେ ଏକ କାରରେ ୨ଜଣ ଦୁର୍ବୃତ୍ତ ଆସି ଅଚାନକ ଗ୍ୟାରେଜ ଭିତରେ ପଶି ରବୀନ୍ଦ୍ରଙ୍କୁ ସାମ୍ନାରୁ ଗୁଳି କରି ଫେରାର ହୋଇଯାଇଥିଲେ।

ରବୀନ୍ଦ୍ରଙ୍କ ଡାହାଣ ପାଖ ଛାତିରେ ଗୁଳି ବାଜି ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଦଶପଲ୍ଲା ଥାନା ଅଧିକାରୀ ବିନୟ ପରି, ନୂଆଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ଏଏସ୍‌ଆଇ ସାହା ଆଲାମ ଖାଁ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ଗୁଳିକାଣ୍ଡର କାରଣ ଜଣାପଡି ନାହିଁ।

error: Content is protected !!