ସବୁଠି ଖୁସିର ମାହୋଲ । ହେଲେ ରାଜନଗର ବ୍ଲକ ଘଡ଼ିଆମାଳ ଗାଁରେ ଖେଳି ଯାଇଛି ଶୋକର ଛାୟା । ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ । ମୃତକ ଜଣକ ହେଲେଘଡ଼ିଆମାଳ ଗାଁର ଦୈତାରୀ ସେଠିଙ୍କ ଏକମାତ୍ର ପୁଅ ମନୋରଞ୍ଜନ ସେଠି।
ସୂଚନା ମୁତାବକ, ମନୋରଞ୍ଜନ ଦୋଳି ଖେଳି ଖାଇବାକୁ ଘରକୁ ଆସିଥିଲେ। ବୋଉକୁ ଭାତ ବଢିବାକୁ କହି ପରିସ୍ରା ଘରୁ ବାହାରକୁ ଯାଇଥିଲେ ।
ହଠାତ ଝିପିଝିପି ବର୍ଷା ସହିତ ବଜ୍ରପାତ ହୋଇଥିଲା। ତାଙ୍କ ଉପରେ ବଜ୍ରପାତ ପଡିବା କାରଣରୁ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ଦେଖିବା ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୈତାରୀ ସେଠିଙ୍କ ଏକମାତ୍ର ପୁଅଙ୍କ ମୃତ୍ୟୁ ଘଟିଛି । ଦୈତାରୀ ସେଠି କେରଳରେ ଦାଦନ ଖଟିବାକୁ ଯାଇ ଘରକୁ ଫେରିଥିଲେ । ଶକ୍ରବାର ପୁଣିଥରେ କେରଲକୁ ଫେରିଯାଇଛନ୍ତି । ହେଲେ ଏବେ ପରିବାରରେ ଖେଳିଯାଇଛି ଶୋକର ଛାୟା । କେରଳରେ ପହଞ୍ଚିଛନ୍ତି ପୁଅର ମୃତ୍ୟୁ ଘଟଣା ସେ ଏଯାଏଁ ଜାଣିନାହାନ୍ତି। ତଥାପି ରାଜନଗର ମେଡିକାଲରେ ଖେଳିଯାଇଛି ଶୋକର ଛାୟା ।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର