ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ରବିବାର ଏକ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଯାଇଛି। ମୋବାଇଲ୍ ଫୋନରୁ ବାହାରିଥିବା ସାମାନ୍ୟ ଧୂଆଁ ଓ ଗରମକୁ ନେଇ ଟ୍ରେନରେ ନିଆଁ ଲାଗିଯାଇଛି ବୋଲି ଏକ ମିଥ୍ୟା ଗୁଜବ ପ୍ରଚାର ପରେ ଆତଙ୍କିତ ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଡେଇଁପଡିଥିଲେ। ଦୁର୍ଭାଗ୍ୟବଶତଃ, ବିପରୀତ ଟ୍ରାକ୍ରେ ଆସୁଥିବା ଅନ୍ୟ ଏକ ଦ୍ରୁତଗାମୀ ଟ୍ରେନ ଧକ୍କାରେ ଜଣେ ୪ ବର୍ଷର ଶିଶୁ ସମେତ ୩ ଜଣ ମହିଳା ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।
ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ କରିଥିଲା। ତେବେ ହେତମପୁର ଷ୍ଟେସନ ପୂର୍ବରୁ ଟ୍ରେନ୍ରେ ନିଆଁ ଲାଗିଥିବା ଗୁଜବ ପ୍ରଚାରିତ ହୋଇଥିଲା। ଏହାପରେ ଜଣେ ଯାତ୍ରୀ ଚେନ୍ ପୋଲ୍ କରିଥିଲେ। ଟ୍ରେନ୍ ଅଟକିବା ପୂର୍ବରୁ ଯାତ୍ରୀମାନେ ଜୀବନ ବିକଳରେ ଅନ୍ୟ ଟ୍ରାକ୍କୁ ଡେଇଁ ପଡ଼ିଥିଲେ। ସେହି ସମୟରେ ଦୃତଗତିରେ ଆସୁଥିବା ପାତାଲକୋଟ ଏକ୍ସପ୍ରେସ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ରେଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ରେଳବାଇ ଅଧିକାରୀ, ଆରପିଏଫ, ଜିଆରପି ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଅନ୍ୟ ଯାତ୍ରୀମାନଙ୍କୁ ସହାୟତା ଯୋଗାଇ ଦେଇଛନ୍ତି। ରେଳ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଟ୍ରେନରେ କୌଣସି ପ୍ରକାର ନିଆଁ ଲାଗିନଥିଲା, ଏହା କେବଳ ଏକ ମିଥ୍ୟା ଗୁଜବ ଥିଲା।

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”